csstore

ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର କ୍ଷେତ୍ରପାଳ ସମ୍ମାନରେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀଧର ସ୍ମୃତିଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ସୁବାସ ଚନ୍ଦ୍ର ଲେଙ୍କାଙ୍କ ଦ୍ୱାରା ମହାନଗର ନିଗମ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମୋମେଣ୍ଟୋ ସହିତ କ୍ଷେତ୍ରପାଳ ସମ୍ମାନର ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଆଜିର ଏହି ନିରାଡମ୍ବର ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇ, ନାଟ୍ୟକାର ନିକୁଞ୍ଜ ବିହାରୀ ଦାଶ, କବି କିଶୋରୀ ମୋହନ କର, ଉମାଶଙ୍କର ତିୱାରି, କେ.କେ.ଠାକୁର, ଶଶଧର ପଣ୍ଡାଙ୍କ ବ୍ୟତୀତ ଅନୁଷ୍ଠାନର ବହୁ ପଦାଧିକାରୀ ଗଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ସମାରୋହରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଅନୁଷ୍ଠାନର ୪୨ତମ ବାର୍ଷିକ ସାରସ୍ଵତ ସମାରୋହରେ ଡ. ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର କରାଯାଇଥିଲା । ଅନିବାର୍ଯ୍ୟ କାରଣ ବସତଃ ଯୋଗୁଁ ସେ ଯୋଗଦେଇ ପାରିନଥିବାରୁ ଆଜି ତାଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.