କୋଭିଡ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ତରଫରୁ ଆଜି ଜଣେ କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକ ଜଣକ ଗାଇସିଲେଟ ଅଞ୍ଚଳର ସୁରେନ୍ଦ୍ର କୁମାର ରାୟ(୪୫) । ମୃତ ସୁରେନ୍ଦ୍ର ନୂଆପଡା ଜିଲ୍ଲା ବେଲଟୁକରି ଉଛ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ୟ୍ୟରତ ଥିଲେ । ଗତ ୧୩ ତାରିଖରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବରଗଡ଼ ମୁଖ୍ୟ ଚିକତ୍ସାଲୟକୁ ଆଣିଥିଲେ ଓ ଏଠାରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ବରଗଡ଼ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ସୋମବାର ଦିନ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସୁରେନ୍ଦ୍ର ରାୟଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ଲୋକେ ପାଇଥିଲେ । ତାଙ୍କ ପରିବାର ଲୋକେ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ଏହି କ୍ରମରେ ସଂକଳ୍ପ ପରିବାର ତରଫରୁ ସମସ୍ତ କୋଭିଡ ନିୟମ ପାଳନ କରି ଶବ ସତ୍କାର କରାଯାଇଥିଲା । ଶବ ସତ୍କାରରେ ସଂକ‌ଳ୍ପ ପରିବାରର ବିଧାନ ଦନ୍ତା, ବିକାଶ ଭୋଇ, ନିଲେଶ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ତାଙ୍କର ପୁଅ ତେଜସ୍ୱୀ ରଞ୍ଜନ ରାୟ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ । ସାଙ୍ଗରେ ତାଙ୍କର ପୁତୁରା କେଶବ ଚନ୍ଦ୍ର ରାୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.