pakka

ଦୁର୍ଘଟଣା ଗ୍ରସ୍ତ ଅସହାୟ ଯୁବକଙ୍କୁ ଚିକିତ୍ସାଳୟ ପହଞ୍ଚାଇଲା ସଂକଳ୍ପ ପରିବାର

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡି ଛଟ ପଟ ହେଉଥିବା ଜଣେ ଯୁବକଙ୍କୁ ଚିକିତ୍ସାଳୟ ପହଞ୍ଚାଇଲା ସଂକଳ୍ପ ପରିବାର । ସୂଚନା ଅନୁସାରେ ଆଜି ୧୧ଟା ସମୟରେ ଝିପି ଝିପି ବର୍ଷା ହେଉଥିବା ବେଳେ ବରଗଡ଼ ଏ-ୱାନ୍‌ ଢାବା ନିକଟରେ ବାଇକରୁ ଖସି ଯାଇ ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡି ରହିଥିବା ଜଣେ ଯୁବକଙ୍କୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇ ଥିଲେ । ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ଯୁବକଙ୍କର କାନ ଓ ନାକରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଘଟଣା ସ୍ଥଳକୁ ଏମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେଉଥିବା ଜାଣି ସଙ୍ଗେ ସଙ୍ଗେ ନିଜସ୍ୱ କାରରେ ସଂକଳ୍ପ ପରିବାରର ସଦସ୍ୟ ଉକ୍ତ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇଥିଲେ ପରେ ଯୁବକଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକତ୍ସାପରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବୁର୍ଲ୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଯୁବକ ଜଣକ ବରଗଡ଼ ସିମେଣ୍ଟ ନଗରର ମନ୍ତ୍ରୀ ସାହୁ ବୋଲି ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

15 − 11 =