csstore

ବିଭିନ୍ନ ଦାବୀ ନେଇ ଜିଓଟେଗ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକ ରୁରାଲ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ତରଫରୁ ଆଜି ବିଭିନ୍ନ ଦାବୀ ନେଇ ସଂଘ ଦାବୀପତ୍ର ପ୍ରଦାନ କରିଛି । ଏହି ସଂଘର ଦାବୀ ମୁତାବକ ସମସ୍ତ ସରକାରୀ ଯୋଜନାକୁ ସଫଳ ଭାବରେ ରୂପ ଦେବାରେ ଜିଓଟେଗ୍ କର୍ମଚାରୀଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି ଏବଂ ତା ବାଦ ମଧ୍ୟ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଏହିମାନଙ୍କ ଭୂମିକା ଅନେକ ରହିଛି । ତେଣୁ ଏହି ସଂଘ, ମାସିିକ ମାନଦେୟ ସହିତ କାର୍ଯ୍ୟଚିଠା ପ୍ରଦାନ, ପଂଚାୟତ ସ୍ତରରେ ସ୍ୱତନ୍ତ୍ର ପୋଷ୍ଟ(ଡ଼ାଟା ଏଣ୍ଟ୍ରି) ପ୍ରଦାନ, ମାସିକ ଯାତାୟତ ସହାୟତା, ଟ୍ୟାଗ୍‌ ଅଫିସର ଇନସେଣ୍ଟିଭ୍‌ ଆମ୍ଭ ମାନଙ୍କୁ ଦିଆଯାଉ ବୋଲି ଦାବୀ କରାଯାଇଛି । ତେବେ ଦାବୀପତ୍ରଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଥିରେ ସଂଘର କର୍ମକର୍ତ୍ତା ଆଲୋକ କୁମାର ଦେହେରା, କୁଶଦକ୍ଷ ରଣା, ବିଜୟ କୁମାର ପଣ୍ଡା, ଲକ୍ଷ୍ମୀଲତା ସାହୁ, ପୁୁରୁଷୋତ୍ତମ ଛତ୍ରିଆ, ଖଗେଶ୍ୱର ସାହୁ, ରଂଜିତ କୁମାର, ନରୋତ୍ତମ ପଧାନ, ମୋହିତ ଚନ୍ଦ୍ର ସାହୁ, ବିପିନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.