ସ୍ନାତକ ଶିକ୍ଷକ ମାନ୍ୟତା ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବ ୨୦୧୧ ବ୍ୟାଚ୍‌ ସ୍ନାତକ ଶିକ୍ଷକ ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଖଜୁରଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୧ ବ୍ୟାଚ୍‌ ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଶୁତୋଷ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବାବୁଲୁ ଶତପଥୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

୨୦୧୧ ବ୍ୟାଚ୍‌ ପ୍ରତି ହେଉଥିବା ସରକାରୀ ଅବହେଳା ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବୈଠକରେ ଯୋଗ ଦେଇ ସରକାରଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରି ୨୦୧୦ ମସିହାରେ ହୋଇଥିବା ବିଜ୍ଞାପନ ଅନୁସାରେ ୨୦୧୧ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ନାତକ ଶିକ୍ଷକ ପଦବୀ ଅନୁଯାୟୀ ଦରମା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇବା ପାଇଁ ସରକାରଙ୍କୁ ଦାବୀ ଜଣାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୧ ମସିହାରେ ସରକାରୀ ନିଷ୍ପତ୍ତି ଅନୁଯାୟୀ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଅଷ୍ଟମ ଶ୍ରେଣୀ ଖୋଲିଥିବା ବିଦ୍ୟାଳୟ ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ବିଜ୍ଞାନ ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଉଚ୍ଚ ବେତନ ପ୍ରାପ୍ତ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ନାତକ ଶିକ୍ଷକ ପଦବୀ ପାଇଁ ଶିକ୍ଷା ସହାୟକ ଭାବେ ଯୋଗ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସରକାର ସେମାନଙ୍କୁ ମ୍ୟାଟ୍ରିକ୍‌ ସିଟି ପଦବୀରେ ଦରମା ପ୍ରଦାନ କରି ଚରମ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଯଦି ୨୦୧୧ ବ୍ୟାଚ୍‌ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଯଦି ତାଙ୍କର ନ୍ୟାର୍ଯ୍ୟ ଦାବୀ ପ୍ରଦାନ କରା ନ ଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଶିକ୍ଷକ ସଂଘ ସୂଚନା ଦେଇଛନ୍ତି । ଶିକ୍ଷକଙ୍କ ମଧ୍ୟରେ ଶିବ ପ୍ରସାଦ, ମିଥୁନ ସାହୁ, ଦିବସ କୁମାର ସାହୁ, କ୍ଷେତ୍ର ମେହେର, ସୁଶିଳ ସାହୁ, ବୁଲୁ ଶତପଥୀ, ଭବାନୀ ଶଙ୍କର, ଉମାଶଙ୍କର, ଜୀବର୍ଦ୍ଧନ, ଗୋପାଳ କୃଷ୍ଣ ଦାସ, ସ୍ୱରାଜ ସରାପ, ରାଜନାରାୟଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 + fourteen =