
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜେସିଆଇ କ୍ଲବର ନେସନାଲ ପ୍ରେସିଡେଣ୍ଟଙ୍କ ଏକ ଦିବସୀୟ ଆଧିକାରିକ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ ଜେସିଆଇ ଟିଟିଲାଗଡ ସିଟିର ସଭାପତି ଶୈଳେଶ ଗୋଏଲଙ୍କ ସଭାପତିତ୍ୱରେ ସ୍ଥାନୀୟ ହୋଟେଲ ଆନଭି ଠାରେ ଗୁରୁବାର ଦିନ ଅପରାହ୍ନରେ ଜେସିଆଇ କ୍ଲବର ନ୍ୟାସନାଲ ପ୍ରେସିଡେଣ୍ଟ ଭରତ ଆଚାର୍ଯ୍ୟ, ଜୋନ ପ୍ରେସିଡେଣ୍ଟ ସିଏ ପ୍ରଣବ ଲାଠ, ଜୋନ ଭାଇସ ପ୍ରେସିଡେଣ୍ଟ ଜେସି ରୁପମ ଦାସ ଏବଂ ମାନବ ଅଗ୍ରୱାଲଙ୍କୁ ପ୍ରଥମେ ଭବ୍ୟ ସ୍ୱାଗତ କରି ହୋଟେଲ ସମ୍ମିଳନୀ କକ୍ଷକୁ କ୍ଲବ୍ ସଦସ୍ୟମାନେ ଭିତରକୁ ପାଛୋଟି ଆଣିଥିଲେ । ମଞ୍ଚ ଉପରକୁ ସମସ୍ତ ଅତିଥିଙ୍କୁ ଡାକିବା ପରେ ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଜେସି ମନୀଷ ଗୁପ୍ତା । ଏହି ଅବସରରେ ଜେସିଆଇ ନେସନାଲ ପ୍ରେସିଡେଣ୍ଟ ଆଚାର୍ଯ୍ୟ ତାଙ୍କର ଦୃଷ୍ଟିକୋଣ, ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକଳାପ ବିଷୟରେ ନିଜର ଲକ୍ଷ୍ୟ ବିଷୟରେ ଆଲୋକପାତ କରିବା ସହ ଆଜିକାଲି ପ୍ଲାଷ୍ଟିକ ବୋତଲ ବ୍ୟବହାରର ନିୟମ ନ ଜାଣି ବାରମ୍ବାର ବ୍ୟବହାର କରିବା ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାହାକୁ ଦୃଷ୍ଟିରେ ରଖି ଏକ ଲକ୍ଷ ଷ୍ଟିଲ ପିଇବା ପାଣି ବୋତଲ ବଣ୍ଟନ ଲକ୍ଷ୍ୟ କରିବାର କାର୍ଯ୍ୟ କରିବା ଘୋଷଣା କରିଛନ୍ତି । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଶ୍ରମିକ, ରିକ୍ସା ଚାଳକ ଓ ଅନ୍ୟ ବର୍ଗର ଲୋକ ରହିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ଫାଉଣ୍ଡର ପ୍ରେସିଡେଣ୍ଟ ଗୋପାଳ ଜୈନ, ଆଇ ପିପି ବିକାଶ ଜୈନ, ସଦସ୍ୟ ବିନୟ ଜୈନ, ତ୍ରିଲୋକ ଜୈନ, ସଞ୍ଜୟ ସୋନି, ଅଙ୍କିତ ଲାଠ, ଅମନ ବିର୍ମୀବାଲ, ମୁକେଶ ଅଗ୍ରୱାଲ, ଗୌତମ ଜୈନ, ରାଧାକାନ୍ତ ବେହେରା, ସୁରେନ୍ଦ୍ର ଜୈନ, ନରେନ୍ଦ୍ର ଅଗ୍ରୱାଲ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।