csstore

୪୨ ତମ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ,(ଓଷ୍ଟା) ରାଉରକେଲା ସିଟି ଜୋନ ତରଫରୁ ୪୨ତମ ଶିଶୁ ମହୋତ୍ସବ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱ ଓ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବରେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ରମାକାନ୍ତ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଶିକ୍ଷାବିତ ଆଲୋକ ରଂଜନ ମଲ୍ଲିକ, ଲାଠିକଟା ସମ୍ପାଦକ ଅମୁଲ୍ୟ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶୃଙ୍ଖଳା, ସମୟାନୁବର୍ତ୍ତିତା, ଚରିତ୍ର ଗଠନ, ଜୀବନ ଦର୍ଶନ, ଓଷ୍ଟାର ସଂଗଠନ ପ୍ରତି ପ୍ରତିବଦ୍ଧତା ଓ ଦାୟିତ୍ୱବୋଧ, ଶିଶୁ ମାନଙ୍କ ବିକାଶ ତଥା ଅମୃତ ସନ୍ତାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସୁଶାନ୍ତ କୁମାର ସିଂହଙ୍କ ନେତୃତ୍ବରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସେହିପରି ପୂର୍ବାହ୍ନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସନ୍ତୋଷ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ସିଂହ, ମୁଖ୍ୟବକ୍ତା ଭାବେ ଅରୁଣ କୁମାର ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ତର୍କ, କଣ୍ଠ ସଂଗୀତ, ଆବୃତ୍ତି, ଏକକ ଅଭିନୟ, ଗଳ୍ପ ଲିଖନ, କବିତା ଲିଖନ, ସାଧାରଣଜ୍ଞାନ, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାର ବିଚାରକ ଭାବେ ଶରତ ସାହୁ, ପ୍ରମୋଦ କୁମାର ବେହେରା, ପ୍ରଦୀପ ପାଣିଗ୍ରାହୀ, ଅଶ୍ୱୀନୀ ସିଂ,ପ୍ରଳୟ ଶତପଥୀ, ମନୋଜ ମଲ୍ଲିକ, ବିନୋଦ କୌଶଲ, ଦେବସ୍ମିତା ନାୟକ, ହିମାଦ୍ରୀ ମହନ୍ତ, ବିଜୟ ରଥ, ଅଶୋକ ସାମଲ, ପ୍ରମୋଦ ମହାନ୍ତି ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ମଦନ ମୋହନ ଆରୁଖ, ପ୍ରଫୁଲ୍ଲ ସାମଲ,ପ୍ରତାପ ପ୍ରଧାନ, ଶିଶିର ପାଣି, ଶ୍ରୀବତ୍ସ ସାମଲ ଓ ଓଷ୍ଟା ର ସମସ୍ତ କର୍ମକର୍ତ୍ତା ତଥା ନୀଳମାଧବ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ସପ୍ତାହରେ କୁତ୍ରା ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ଅଂଶଗ୍ରହଣ କରିବେ । ସଭାପତିତ୍ୱ କରୁଥିବା ଶ୍ରୀ ନାୟକ ଓଷ୍ଟାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ରଞ୍ଜନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.