csstore

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ : କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାରସ୍ୱତ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ନାରୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଅନ୍ୟତମ ଉପସଭାପତି ଡଃ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ମୁଖ୍ୟବକ୍ତା ଭାବେ ଭଦ୍ରକ ଜିଲ୍ଲାର ଆଗରପଡା ମହାବିଦ୍ୟାଳୟର ସେବା ନିବୃତ ଅଧ୍ୟକ୍ଷ ଡ. ନାରାୟଣ ସେନାପତି କହିଲେ ଯେ, ସମାଜରେ ପରମ୍ପରାର ମନ୍ଦିରରୁ ଆଧୁନିକତାର ବହୁମୁଖୀ ମଞ୍ଚରେ ନାରୀ ସଶକ୍ତ ଭାବେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି । କିନ୍ତୁ, ନାରୀ ସ୍ୱାଧିନତା ଯେତେବେଳେ ସ୍ୱେଚ୍ଛାଚାରିତାରେ ପରିଣତ ହୋଇଯାଏ, ସେତେବେଳେ ସମାଜରେ ବିଷମ ପରିସ୍ଥିତି ସୃଷ୍ଟି ହୁଏ । ନାରୀର ମହନୀୟତା ଦୟା, କ୍ଷମା, କରୁଣା, ସମ୍ବେଦନଶୀଳତା, ଶ୍ରଦ୍ଧା, ସ୍ନେହ ଓ ମମତା ସ୍ୱାରା ପ୍ରତିପାଦିତ ହୋଇଥାଏ । ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ସଭାର ପ୍ରଥମ ପର୍ଯ୍ୟାୟ ସଞ୍ଚାଳନ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠ କାର୍ଯ୍ୟକ୍ରମ କବି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱରେ ଏବଂ କବି ତ୍ରିନାଥ ସିଂହ ଓ ତ୍ରିଲୋଚନ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଷ୍ଣୁପ୍ରିୟା ମହାପାତ୍ର ମଞ୍ଜୁଳା କୁମାରୀ ରଥ,ଡ. ଗୀତାଞ୍ଜଳି ପତ୍ରୀ, ରଶ୍ମୀବାଳା ରାଉତରାୟ, ବିଜୟିନୀ ଜେନା, ରଶ୍ମି ସାହୁ, ସ୍ମିତା ମିଶ୍ର, ପୁଷ୍ପା ରାଣୀ ପଟେଲ ସୁସ୍ମିତା ମହାପାତ୍ର, ଜ୍ୟୋସ୍ନା କୁମାରୀ ନାୟକ, ବିନତା ମହାନ୍ତ, ସୁପ୍ତି କର ,ଗୀତା ରାଣୀ ବେହେରା, ସବିତା ରାଣୀ ବେହେରା, ଉର୍ବଶୀ ଦାଶ ପତି, ଚିନ୍ମୟୀ ପୁରୋହିତ, ଚାରୁଲତା ପ୍ରଧାନ ଏବଂ ସୁଶ୍ରୀ ସଂଗୀତା ଦାଶ ପ୍ରମୁଖ କବୀମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଘନଶ୍ୟାମ ଧଳ, ରାଧାମୋହନ ନାୟକ, ଲକ୍ଷ୍ମଣ ନାଥ ଦାସ, ଅରବିନ୍ଦ ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି ପରିକ୍ଷୀତ ଗରୁ, ଧରଣୀଧର ସାମଲ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ସହାୟତା କରିଥିବାବେଳେ ସହରର ବହୁ ସାହିତ୍ୟିକ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.