pakka

ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜେଡିରେ ସାମିଲକୁ ନେଇ ସାମ୍ବାଦିକ ସମ୍ମିଳନୀ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜେଡିରେ ସାମିଲକୁ ନେଇ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ସାଧାରଣ ନିର୍ବାଚନର ଲୋଇସିଂହା ବିଧାୟକ କଂଗ୍ରେସ ପ୍ରାର୍ଥୀ ନବ କିଶୋର ନାଏକ ପରାଜିତ ସତ୍ୱେ କଂଗ୍ରେସ ସମର୍ଥନରେ ୨୦୨୨ ପଞ୍ଚାୟତ ନିର୍ବାଚନର ଲୋଇସିଂହା ପଞ୍ଚାୟତର ସରପଞ୍ଚ ହେଲେ । କିନ୍ତୁ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ନ ଥିଲେ । ଏପରିକି ୨୦୨୨ରେ କଂଗ୍ରେସ ସଭ୍ୟ ଭାବେ ନବୀକରଣ ମଧ୍ୟ ହୋଇନଥିଲେ । ତେଣୁ ଶ୍ରୀ ନାଏକ ଶନିବାର ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଯାହାକି କଂଗ୍ରେସ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଲୋଇସିଂହା ବ୍ଲକ କଂଗ୍ରେସ କମିଟି ସଭାପତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି । ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ବହୁ ଆଶାୟୀ ଥିଲେ । କିନ୍ତୁ ସ୍ଥାନୀୟ ପ୍ରାର୍ଥୀ ଭାବେ କଂଗ୍ରେସ ଶ୍ରୀ ନାଏକଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ଭଲ ଭୋଟ ମଧ୍ୟ ପାଇ ପରାଜିତ ହୋଇଥିଲା । ତାପରେ ଶ୍ରୀ ନାଏକ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସକ୍ରିୟ ନ ଥିଲେ । ୨୦୨୨ରେ କଂଗ୍ରେସ ସଭ୍ୟ ନବୀକରଣ ମଧ୍ୟ ହୋଇନଥିଲା । ଏପରିକି ସରପଞ୍ଚ ଭାବେ ୨୦୧୭ରେ ପରାଜିତ ସତ୍ୱେ ଦଳ ୨୦୧୯ରେ ବିଧାୟକ ପ୍ରାର୍ଥୀ କରି ଦଳ ହାରି ଥିଲା । ୨୦୨୨ରେ କଂଗ୍ରେସ ସମର୍ଥନରେ ପୁଣି ଲୋଇସିଂହା ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । କିନ୍ତୁ ଗତକାଲି ଶ୍ରୀ ନାଏକ ବଲାଙ୍ଗିର ଶୈଳଶ୍ରୀ ପେଲେସରେ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ହୋଇଥିବା ମିଶ୍ରଣ ପର୍ବରେ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । ଯାହାକି କଂଗ୍ରେସ ପାଇଁ ପ୍ରଭାବ ଶୂନ୍ୟ ବୋଲି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ସାହୁ ସମେତ ଶିବ କୁମାର୍ ଅଗ୍ରୱାଲ, ଭାଗବତିଆ ଭୋଇ ପ୍ରମୁଖ କହିଛନ୍ତି । ସେହିପରି ଶ୍ରୀ ନାଏକଙ୍କ ବିଜେଡିରେ ସାମିଲକୁ ନେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡି କର୍ମକର୍ତ୍ତା ଠିକ୍ ଭାବରେ ଗ୍ରହଣ କରି ନ ଥିବା ଜଣାପଡିଛି । ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡ଼ି ସଭାପତି ମନ୍ତ୍ରୀ ଟୁକୁନୀ ସାହୁ, ଲୋଇସିଂହା ନିର୍ବାଚନ ପାଇଁ ନେତୃତ୍ୱ ନେଉଥିବା ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା ସମେତ ଲୋଇସିଂହା ବ୍ଲକ ସଭାପତି କିମ୍ବା ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ନଥିଲେ । ଫଳରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ ଶ୍ରୀ ନାଏକଙ୍କୁ କେତେ ଗ୍ରହଣ କରିବେ ବୁଝି ହେଉନାହିଁ । ତେବେ ଏପରି ସ୍ଥଳେ ଶ୍ରୀ ନାଏକଙ୍କ ରାଜନୈତିକ ଭାଗ୍ୟ କୁଣ୍ଡଳୀ କଣ ହେବ ଏବେ ଲୋଇସିଂହା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।

jay balangir
Leave A Reply

Your email address will not be published.

five × three =

error: Content is protected !!