pakka

ବଡମାଳରେ ଆଇଏନଟିୟୁସିର ଜିଲ୍ଲାସ୍ତରୀୟ ବୈଠକ

bbehera
  • ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପୁରୁଣା ପେନସନ୍‌ ନୀତି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଡମାଳ ଗୋଲାବାରୁଦ କାରଖାନାର ବହୁମୁଖୀ ସଭାଗୃହଠାରେ ଆଇଏନଟିୟୁସି ଟ୍ରେଡୁନିୟନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଏନଟିୟୁସିର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଇଏନଟିୟୁସିର ରାଜ୍ୟ ଶାଖା ସଭାପତି ତଥା ରାଷ୍ଟ୍ରୀୟ ଶାଖାର ଉପସଭାପତି ପୂର୍ବତନ ରାଜ୍ୟସଭା ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଦେଶରେ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କୁ ପୁରୁଣା ପେନସନ୍‌ ନୀତି ଲାଗୁ କରିବାକୁ ଦାବୀ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ମୋଦୀ ସରକାର ଆସିଲା ପରେ ଶ୍ରମିକ/କର୍ମଚାରୀ ମାରଣ ନୀତି ଚାଲିଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରୁ କର୍ମଚାରୀ ଛଟେଇ କରାଯିବା ସହିତ ବେଆଇନ ଭାବରେ ଘରୋଇକରଣ କରାଯାଉଛି । ଏହାକୁ ଡ. ଖୁଣ୍ଟିଆ ତୀବ୍ର ସମାଲୋଚନା କରିବା ସହ ପୁରୁଣା ପେନସନ୍‌ ବଦଳରେ ନୂଆ ପେନସନ୍‌ ନୀତି ଲାଗୁ କରି କର୍ମଚାରୀଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି । କଂଗ୍ରେସ ଶାସିତ ରାଜ୍ୟ ଯଥା ରାଜସ୍ଥାନ, ଛତିଶଗଡ, ଝାରଖଣ୍ଡ ଓ ହିମାଚଳପ୍ରଦେଶରେ ପୁରୁଣା ପେନସନ୍‌ ନୀତିକୁ ପୁଣି ଲାଗୁ କରାଯାଇଛି । ସେହିପରି ରାୟପୁରରେ ଜାତୀୟ କଂଗ୍ରେସର ଅଧିବେଶନରେ ପୁରୁଣା ପେନସନ୍‌ ଲାଗୁ କରିବାକୁ କଂଗ୍ରେସ ଦଳ ପ୍ରସ୍ତାବ ମଧ୍ୟ ପାରିତ କରିଛି ବୋଲି କହିଥିଲେ । ଏହି ଅବସରରେ ଡ. ଖୁଣ୍ଟିଆ ବଡମାଳ ଗୋଲାବାରୁ କାରଖାନାର ୬୩୦ ଜମିହରା ପରିବାରକୁ ତୁରନ୍ତ କାରଖାନାରେ ନିୟୋଜିତ କରିବାକୁ ସାଧାରଣ ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ସ୍ଥାନୀୟ ଶ୍ରମିକଙ୍କୁ ପ୍ରଧାନ୍ୟ ଦେଇ କାରଖାନାରେ କାମ କରାଇବା ଓ କର୍ମଚାରୀଙ୍କୁ ପୁରୁଣା ପେନସନ୍‌ ଦେବାକୁ ଦାବୀ କରିଥିଲେ । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, କିଶୋରଚନ୍ଦ୍ର ଜେନା, ମଦନମୋହନ ଧଳ, ନିର୍ମଳ ସାମଲ, ପ୍ରଣତୀ ମିଶ୍ର, ଧରଣୀ ସ୍ୱାଇଁ, କେଦାର ବାରିକ, ସଂନ୍ଦୀପ ବଗର୍ତ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ଓ ଉଦ୍‌ବୋଧନ ଦେଇଥିଲେ ।

jay balangir
Leave A Reply

Your email address will not be published.

3 × 2 =

error: Content is protected !!