pakka

ପ୍ରଶାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଖସିପଡ଼ିଥିବା ବ୍ୟକ୍ତି ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଶାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଗତକାଲି ରାତ୍ରରେ ଜଗତସିଂହପୁର ଜିଲ୍ଲାର ହାଜିପୁର ଗ୍ରାମର ଜଣେ ବ୍ୟକ୍ତି ଛତ୍ରପୁର ରେଳଷ୍ଟେସନ ନିକଟରେ ଖସିପଡ଼ିଥିବା ବେଳେ ତାଙ୍କ ଗୋଡ଼ରେ ସାଙ୍ଘାତିକ ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଗୁରୁତର ଆହତ ବ୍ୟକ୍ତି ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଆତ୍ମୀୟ ସ୍ଵଜନ ଓ ପରିବାର ଲୋକେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସହ ଯୋଗାଯୋଗ କରିବାକୁ ଏବଂ ଉକ୍ତ ଠିକଣାରେ ଯୋଗାଯୋଗ କରିବାକୁ ଖୋର୍ଦ୍ଧା ରୋଡ଼୍‌ରେ ନିୟୋଜିତ ଆରପିଏଫ କମଲ କୁମାର ପଣ୍ଡା, (ଛତ୍ରପୁର)ଙ୍କ ମୋବାଇଲ ନମ୍ବର ୯୪୩୯୬୮୧୨୨୩ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି । ଆହତ ବ୍ୟକ୍ତିଙ୍କ ନାମ ପ୍ରଭାତ ଲେଙ୍କା, ବାପାଙ୍କ ନାମ ସୁଖଦେବ ଲେଙ୍କା ବୋଲି ଛତ୍ରପୁର ଆରପିଏଫ ଆଉଟ-ପୋଷ୍ଟ କାର୍ଯ୍ୟରତ ହେଡ଼୍‌ କନେଷ୍ଟେବଳଙ୍କ ଠାରୁ ଜଣାପଡିଛି । ତାଙ୍କ ମୋବାଇଲ ନମ୍ବର ୭୦୦୮୨ ୫୯୪୩୦ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

jay balangir
Leave A Reply

Your email address will not be published.

1 × 4 =

error: Content is protected !!