
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୫ ସ୍ଥିତ ଭଞ୍ଜଭବନ ପ୍ରେକ୍ଷାଳୟରେ ରବିବାର ହେବାକୁ ଥିବା ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୫ତମ ଜନ୍ମବାର୍ଷିକୀ ନେଇ ଜାତୀୟ ସ୍ତରୀୟ ଦେଶର ୧୧ଟି ସହରରେ ଆୟୋଜିତ ହେବ । ଏ ପରିପ୍ରେକ୍ଷୀରେ ରାଉରକେଲା ଗୀତିମାଲ୍ୟ ଅନୁଷ୍ଠାନ ପକ୍ଷରୁ ଦ୍ଵିତୀୟ ବର୍ଷ ଚିରନୂତନ ଶୀର୍ଷକ ରବୀନ୍ଦ୍ରନାଥ ଟେଗୋରଙ୍କ ସ୍ମରଣରେ ଏହି ଜାତୀୟ ସ୍ତରୀୟ ସଙ୍ଗୀତ କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତ୍ୱ ହେଉଛି ଏକା ସାଙ୍ଗରେ ୧୧ଟି ସହରରେ ରବୀନ୍ଦ୍ରନାଥ ଟେଗୋରଙ୍କ ରଚିତ ୧୭ଟି ଗୀତ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ । ଏଥି ସହିତ ପ୍ରତ୍ୟେକ ସ୍ଥାନରେ ୧୦୦ ଜଣ ପ୍ରତିଯୋଗୀ ସାମିଲ ହୋଇ ଏକା ସହିତ ସଙ୍ଗୀତ ପରିବେଷଣ କରିବେ । ଯାହା ଶତକଣ୍ଠ ସହସ୍ର କଣ୍ଠ ଭାବେ ଗୋଟିଏ ସାଙ୍ଗରେ ୧୧ଟି ସହରର ୧୧ଶହ ପ୍ରତିଭାଗୀ ସଙ୍ଗୀତ ଗାନ କରିବେ । ତେବେ ହେବାକୁ ଥିବା ୧୧ଟି ସହର ହେଲା ନୂଆଦିଲ୍ଲୀ, ନାଭି ମୁମ୍ବାଇ, ବାଙ୍ଗଲୋର, ଚେନ୍ନାଇ, ହାଇଦ୍ରାବାଦ, ରାଉରକେଲା, ଭୋପାଳ, ଭିଲାଇ, ଜାମସେଦପୁର, ସିଲଚର ଏବଂ କଲିକତା । ଏହି କାର୍ଯ୍ୟକ୍ରମଟି ୧ ଘଣ୍ଟା ୧୭ ମିନିଟ ୭ ସେକେଣ୍ଡ ମଧ୍ୟରେ ରହିବ । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ନୋବେଲ ପୁରସ୍କାର ବିଜେତା ଗୁରୁ ରବୀନ୍ଦ୍ରନାଥ ଟେଗୋରଙ୍କ ଚିର ସ୍ମରଣୀୟ ସଙ୍ଗୀତକୁ ଘରେ ଘରେ ପହଞ୍ଚାଇବା ଏବଂ ଦେଶବ୍ୟାପୀ ରହୁଥିବା ପ୍ରବାସୀ ବଙ୍ଗାଳୀ ମାନଙ୍କୁ ଏ ସମାରୋହ ମାଧ୍ୟମରେ ରବୀନ୍ଦ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ଆୟୋଜନ କରାଯାଉଛି ବୋଲି ରାଉରକେଲା ଗୀତିମାଲ୍ୟାର ପ୍ରତିଷ୍ଠାତା ସୁସ୍ମିତା ନସ୍କରଙ୍କ ସହିତ କୋଏନା ଦସ୍ତିଦାର, କୋୟଲ ସାହା, ରାଖି ନନ୍ଦୀ ସେନ, ଶର୍ମିଷ୍ଠା ବାନାର୍ଜୀ, ବାସୁବି ବାନାର୍ଜୀ, ରିମି ଚକ୍ରବର୍ତ୍ତୀ ଏବଂ ପ୍ରଣୟ ଘୋଷ ସମ୍ମିଳିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ ।