jayashree

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବିଜୁଳି ବିଭାଗ ଦ୍ୱାରା ଅଘୋଷିତ ଘନ ଘନ ବିଜୁଳି କାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ସରକାର ମଧ୍ୟ ଏହି ଗ୍ରୀଷ୍ମ ପ୍ରଭାବରେ ବିଜୁଳି କାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ଏହାକୁ ବେଖାତିର କରି ତାଙ୍କର ଅଘୋଷିତ କାଟ ଜାରି ରଖିଛନ୍ତି, ଏଥିପାଇଁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି ବୋଲି ମତପ୍ରକାଶ ପାଇଥିଲା । ଅନ୍ୟ ଏକ ସମସ୍ୟା ହେଲା ସହରରେ ଗୋରୁଗାଈ ଓ ବୁଲା କୁକୁର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକମାନଙ୍କର ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଛି ଏବଂ ଅନେକ ସମୟରେ ସେମାନେ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତ । କିନ୍ତୁ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ତେଣୁ ଏହା ଉପରେ ବିହିତ ପଦକ୍ଷେପ ନେବା ପାଇଁ ପୌର ପାଳିକାକୁ ଅନୁରୋଧ କରାଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି । ଫଳରେ ଲୋକେ ପାନୀୟ ଜଳ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ଉପରେ ଜନସ୍ୱାସ୍ଥ୍ୟ ବିଭାଗ ବିହିତ ପଦକ୍ଷେପ ନେବାକୁ ଅନୁରୋଧଚରାଯାଇଛି । ମାଲପଡାରେ ଏକ ନୂତନ ଭାବରେ ନିର୍ମିତ ହୋଇଥିବା ରାମସ୍ୱାମୀ ମନ୍ଦିର ପରିସରରେ ଏକ ହାଇମେକ୍ସ ଲାଇଟ ଲଗାଇବା ପାଇଁ ପୌର ପାଳିକା ବହିତ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା । ଏହି ସଭାରେ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ସହ-ସଂପାଦକ ଅଶୋକ କୁମାର ଚାନ୍ଦ, କୋଷାଧ୍ୟକ୍ଷ ଦିବାକର ହୋତା, କାର୍ଯ୍ୟକାରୀ ସଭ୍ୟ ଆକୁଳ ବେହେରା, ଅମୀୟ କୁମାର ମିଶ୍ର, ଗଣେଷରାମ ବେହେରା, ଦେବଜିତ ଯୋଷୀ, ଛବିଲାଲ ବେହେରା, ସୁବାଷ ଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.