jayashree

ଜନ୍ମଦାତ୍ରୀ ମା’ ପାଇଁ ଦିନ ଟିଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ରାଉରକେଲାର ମୋନାଲିସା ପଜିଟିଭ ତରଫରୁ ଜନ୍ମଦାତ୍ରୀ ମା’ ପାଇଁ ଦିନଟିଏ, ଆସନ୍ତାକାଲିର ସହଯୋଗର ହାତଟିଏ, ଶୀର୍ଷକ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କ୍ଲବରେ ବିଭିନ୍ନ ବିଭାଗର ପ୍ରମୁଖ ମାଆ ମାନଙ୍କୁ ନେଇ ଏହା ପାଳନ କରାଯାଇଥିଲା । ଏଥିରେ ଆଇନଜୀବୀ ରେଖା ଗୁପ୍ତା ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦିକା ଇ. ଚୈତନ୍ୟ ଏହି ସଂସ୍ଥାର ଆଦର୍ଶ ଓ ଜନହିତକର କାର୍ଯ୍ୟକ୍ରମର ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ । ଶିକ୍ଷାବିତ ଇନ୍ଦିରା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ପରିଚାଳନା ତଥା ଶିକ୍ଷାବିତ ନିରୁପମା ପତି ଏହି ଅନୁଷ୍ଠାନର ଉଦ୍ଦେଶ୍ୟ, ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ତଥା ମାତୃଦିବସର ମହତ୍ୱ ଉପରେ ଗୁରୁତ୍ଵାରୋପ କରିଥିଲେ । ସହରର ବିଭିନ୍ନ ପ୍ରକାରର ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୀମା ଗିରି, ନିରୁପମା ପତି, କେତକୀ ଭଟ୍ଟାଚାର୍ୟ୍ୟ,ଶ୍ରଦ୍ଧା ଷଡଙ୍ଗୀ, ସସ୍ମିତା ପ୍ରଧାନ, ମୋନାଲିସା ଗୌଡ ପ୍ରମୁଖ ମାତୃଦିବସ ଉପରେ ଆଲୋକପାତ କରିଥିଲେ । ଏହି ସଂସ୍ଥାର ବିଭିନ୍ନ ସଦସ୍ୟ ଯଥା ବନ୍ଦନା ପଣ୍ଡା, ରାଜଲକ୍ଷ୍ମୀ ପାତ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ, ନିରୁପମା ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.