pakka

ଅଗଷ୍ଟ ୨୧ରେ ଆପ୍‌ର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମ୍ମିଳନୀ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ଆମ୍‌ ଆଦମୀ ପାର୍ଟିର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ, ମହିଳା ସଶକ୍ତିକରଣ ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ଠୋସ ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସଂଗଠନକୁ ସୁଦୃଢ କରିବା ପାଇଁ ଏବଂ ଓଡ଼ିଶାର କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତିର ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ ବୋଲି ସେ ଜଣାଇଛନ୍ତି । ଓଡ଼ିଶାରେ ବିଗତ ୨୩ ବର୍ଷଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି ଏବଂ ଅରାଜକତା ବିରୁଦ୍ଧରେ ଆମ୍‌ ଆଦମୀ ପାର୍ଟି ରାଜ୍ୟବାସୀଙ୍କର ଏକମାତ୍ର ଆଶା ଓ ଭରସା ଅଟେ । ସମସ୍ତେ ଜାଣିଛନ୍ତି ଯେ ଜନତାର ମୌଳିକ ଆବଶ୍ୟକତା ପୂରଣ କରିବା, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ଶାସନ ଦେବା ସହିତ ମଜବୁତ ଅର୍ଥନୀତି ଗଢ଼ିତୋଳିବା ଆମ୍‌ ଆଦମୀ ପାର୍ଟିର ସ୍ୱତନ୍ତ୍ରତା ଅଟେ । ତେଣୁ ଏହି ସମ୍ମିଳନୀରେ ପାର୍ଟି ଓଡିଶା ପାଇଁ ତାର ରଣନୀତି ପ୍ରସ୍ତୁତ କରିବ ।
ରାଜ୍ୟ କର୍ମୀ ସମ୍ମିଳନୀରେ ସମସ୍ତ ପଦାଧିକାରୀ ଏବଂ ରାଜ୍ୟର ସକ୍ରିୟ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆମ ଜିଲ୍ଲାରୁ ପ୍ରାୟ ୫୦ ଜଣ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ସମ୍ମିଳନୀକୁ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଏବଂ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟର ବିଧାୟକ ବିରେନ୍ଦର ସିଂହ କାଦିଆନ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ସାହୁ ପ୍ରେସ୍‌ ବିବୃତିରେ ଦର୍ଶାଇଛନ୍ତି ।

jay balangir
Leave A Reply

Your email address will not be published.

six + 11 =

error: Content is protected !!