csstore

ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମ ନିକଟସ୍ଥ ନବ ନିର୍ମିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଦିନ ଉଦ୍‌ଯାପିତ ହେବ । ୬ ତାରିଖ ସକାଳୁ କଳସ ଯାତ୍ରା, ଅଙ୍କୁରାରୋପଣ, ତୁଳସୀ ରାମାୟଣ ପାଠ କାର୍ଯ୍ୟକ୍ରମ ସହ ରତ୍ନମୁଦ, ବିଗ୍ରହ ଧ୍ୟାନାଭିଷେକ, ଯଜ୍ଞ, ଷୋହଳ ପ୍ରହରୀ ନାମଯଜ୍ଞ, ବିଗ୍ରହ ସ୍ନାନ, ବିଗ୍ରହ ପ୍ରତିଷ୍ଠା, ଜୀବନ୍ୟାସ, ରାମ ସହସ୍ରନାମ, ହନୁମାନ ଚାଳିଶା ପଠନ, ବିଗ୍ରହ ସ୍ଥାପନ ଆଦି କାର୍ଯ୍ୟସୂଚୀ ରହିଛି । ଆୟୋଜକ କମିଟି ପକ୍ଷରୁ ବ୍ୟାପକ ଭାବେ ପ୍ରସ୍ତୁତି ଚାଲିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମକୁ ଭବ୍ୟ, ଆଡ଼ମ୍ବର ଓ ମହାସମାରୋହରେ ପାଳନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ମନ୍ଦିର ପରିସରକୁ ଆକର୍ଷଣୀୟ କରିବା ପାଇଁ ତୋରଣରେ ସାଜସଜ୍ଜା କରାଯାଇଛି । ହନୁମାନ ମନ୍ଦିର ପ୍ରତିଷ୍ଠା କମିଟିର ଅଧ୍ୟକ୍ଷ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ସଭାପତି ଝସକେତନ ମେହେର, ଉପସଭାପତି ଦୁର୍ଗା ବନଛୋର, କାର୍ଯ୍ୟକାରୀ ସଭାପତି ରିଚୁ ପଣ୍ଡା, ନୂଆ ମନହୀରା, ଚମାର ଭୋଇ, ଧନଞ୍ଜୟ ଛତ୍ରିଆ, ସମ୍ପାଦକ ଡ଼ଃ ନାରାୟଣ ମିଶ୍ର, କୋଷାଧ୍ୟକ୍ଷ ମୁକେଶ ଜୈନ, ସହ କୋଷାଧ୍ୟକ୍ଷ କୋଷରାଜ ବେହେରା, ଜଳନ୍ଧର ମିର୍ଦ୍ଧା, ସଂଯୋଜକ ଶରତ ଚନ୍ଦ୍ର ସିଂ ଭୋଇ ପ୍ରମୁଖଙ୍କ ସହ କମିଟି ସଦସ୍ୟଙ୍କ ତତ୍ୱାବଧାନରେ ହନୁମାନ ମନ୍ଦିର ପ୍ରତିଷ୍ଠା ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.