pakka

ସାବିତ୍ରୀ ବାଈ ଫୁଲେ ସମ୍ମାନରେ ସମ୍ମାନିତ ହେଲେ ସେବିକା ରାଜହଂସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ନୂଆଦିଲ୍ଲୀରେ ୨ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଭାରତର ସମସ୍ତ ରାଜ୍ୟରୁ, ସମସ୍ତ ଭାଷାର ଦଳିତ ସ୍ଥାନରୁ ଜଡିତ ଦଳିତ ସାହିତ୍ୟକାର୍, ପତ୍ରକାର୍, ଲେଖକ, ସମ୍ପାଦକ ଏବଂ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ପଶ୍ଚିମ ଓଡିଶା ବଲାଙ୍ଗିର ଜିଲ୍ଲା ପାଟଣାଗଡର ସମାଜସେବୀ ସେବିକା ରାଜହଂସଙ୍କୁ ସେବା କ୍ଷେତ୍ରରେ ସାବିତ୍ରୀ ବାଈ ଫୁଲେ ସମ୍ମାନରେ ସମ୍ମାନିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସେବିକା ରାଜହଂସ ନିଜକୁ ସବୁବେଳେ ସେବା କାର୍ଯ୍ୟରେ ଜଡିତ ରଖିଆସିଛନ୍ତି ଏବଂ ଆଗକୁ ମଧ୍ୟ ସେ ସବୁବେଳେ ମଦର୍ ଟେରେସାଙ୍କୁ ନିଜର ଆଦର୍ଶ ଭାବି ସେବା କାର୍ଯ୍ୟରେ ସମର୍ପିତ କରିବା ପାଇଁ କହିଛନ୍ତି ।

jay balangir
Leave A Reply

Your email address will not be published.

twenty − 5 =