jayashree

ଡ. ସୁଧାଂଶୁ ମେହେରଙ୍କୁ ଡ. ଅବଦୁଲ କଲାମ ପ୍ରଫେସନାଲ ଏଚିଭର ସମ୍ମାନ

ଦେଓଗାଁ, (ମନୀଷ କୁମାର ସାହୁ) : ସମ୍ବଲପୁର ସ୍ଥିତ ତପସ୍ୱିନୀ ଅଡିଟୋରିଅମରେ ରବିବାର ଦିନ ଅନୁଷ୍ଠିତ ଓଡିଶା ମହାଉତ୍ସବରେ ଦେଓଗାଁ ବ୍ଲକ ସାଲେପାଲି ଗାଁର ବିଶିଷ୍ଟ ସାହିତ୍ୟିକ, ଅଭିନେତା, ଡାକ୍ତର, ସମାଜସେବୀ, ଶିକ୍ଷକ୍ଷବିଦ ଡ. ସୁଧାଂଶୁ ଭୂଷଣ ମେହେର ଡ଼. ଅବଦୁଲ କାଲାମ ପ୍ରଫେସନାଲ ଏଚିଭର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ହେପି ମୋମେଣ୍ଟ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଏହି ଉତ୍ସବରେ ପ୍ରତିଷ୍ଠାତା ଡ଼. ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସିନେ ଅଭିନେତା ବେଣୀମାଧବ ବେଦବାକ, ବିଶିଷ୍ଟ ସମ୍ବଲପୁରୀ ନୃତ୍ୟଗୁରୁ ଆଲୋକ ପଣ୍ଡା ଶ୍ରୀ ମେହେରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାହିତ୍ୟିକ, ଗବେଷକ, ଶିକ୍ଷାବିଦ୍‌, ସମାଜସେବୀ, କଳାକାର ଏହି ଅବସରରେ ଯୋଗ ଦେଇଥିଲେ । ବିଶେଷ ଭାବରେ ଡ଼. ମେହେରଙ୍କ ଘନିଷ୍ଠ ବ୍ୟଙ୍ଗ କଳାକାର ଯୋଗେଶ ଯୋଯୋ ଓ ଟିଙ୍କୁ ଟିଂଗାଲୁ ଏ ଅବସରରେ ଅଂଶଗ୍ରହଣ କରି ସମାରୋହକୁ ଆହୁରି ସୁନ୍ଦର କରିବା ସହ ମେହେରଙ୍କ ଭବିଷ୍ୟତ ସଫଳତା କାମନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ହେପି ମୋମେଣ୍ଟ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.