shyamal

ଭୁବନେଶ୍ୱରରେ ‘ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ’ ସମ୍ପର୍କିତ ଦୁଇ ଦିନିଆ ସମ୍ମିଳନୀ

  • ଉଦଯାପନୀ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡ. ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହେବ । ଡିସେମ୍ବର ୩-୪ ତାରିଖ ଦୁଇ ଦିନ ଧରି ଅର୍ଦ୍ଧ-ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଏହି ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି : “ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ” । ଏହି ସମ୍ମିଳନୀର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଉଦବୋଧନ ଦେବେ ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଏଆରପିଜି ସଚିବ ଶ୍ରୀ ସଞ୍ଜୟ ସିଂ ମଧ୍ୟ ଉଦଘାଟନୀ ଓ ଉଦଯାପନୀ ଅଧିବେଶନରେ ଉପସ୍ଥିତ ରହିବେ । ବିଭିନ୍ନ ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନୀତି ଆୟୋଗ ଭଳି ପ୍ରତିଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅଧିବେଶନରେ ଯୋଗ ଦେଇ ପରସ୍ପର ମଧ୍ୟରେ ବିଚାରବିମର୍ଶ କରିବେ ।
ସାଧାରଣ ପ୍ରଶାସନ କ୍ଷେତ୍ରରେ ନବୋନ୍ମେଷ ଆଣିବା, ଜୀବନ ଧାରଣ ମାନରେ ସୁଧାର ଆଣିବା ଲାଗି ଭବିଷ୍ୟତର ଜନ ସମାଧାନ ପ୍ରକ୍ରିୟାରେ ସୁଧାର, ଇ-ଗଭର୍ଣ୍ଣାନ୍ସ, ଡିଜିଟାଲ ଗଭର୍ଣ୍ଣାନ୍ସ ଆଦି କ୍ଷେତ୍ରରେ ଅଭିଜ୍ଞତା ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରୀୟ ସାଧାରଣ ପ୍ରଶାସନ ସଂଗଠନଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ୧୪ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।

purusottam
Leave A Reply

Your email address will not be published.