
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜ ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସଭାପତିତ୍ୱରେ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ଥାନା ଆଇଆଇସି ସୁପେରା ସାଏରା ଲୁଗୁନ ଯୋଗଦେଇ “ବେଟି ବଚାଓ, ବେଟି ପଢ଼ାଓ” କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ସ୍ଥାନୀୟ ସିଡିପିଓ ରଜନୀରାଣୀ ମେହେର ଆବାହିକା ଭାବେ ଯୋଗଦେଇ ମହିଳା ବିକାଶ କ୍ଷେତ୍ରରେ ସରକାରୀ ଯୋଜନା ଗୁଡିକ ଉପରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ଶାନ୍ତିପ୍ରିୟା ହୋତା ଓ ଗୃହ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପିକା ତୃପ୍ତିମୟୀ ନାୟକ ନାରୀ ସଶକ୍ତିକରଣ, ନାରୀଶିକ୍ଷା ତଥା ସୁପୋଷଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ବିଭାଗ ମୁଖ୍ୟ ଜଗମୋହନ ଦର୍ଜି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।