jayashree

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ହୃଦୟ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦରୋଗ ସମ୍ପର୍କରେ ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ହିସାବରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରା ହୃଦୟର ସୁସ୍ଥତା ପାଇଁ ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ଶାରୀରିକ ସକ୍ରିୟତା, ମାନସିକ ଚାପ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ନିଦ୍ରା ଏବଂ ତମାଖୁ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସରୁ ଦୂରେଇ ରହିବା ଉପରେ ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ । ସୁସ୍ଥ ଜୀବନଶୈଳୀ ଅନୁସରଣ କଲେ ଭବିଷ୍ୟତରେ ହୃଦ୍‌ସ୍ୱାସ୍ଥ୍ୟ ରକ୍ଷା କରିବାରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ହୃଦ୍‌ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତାମୂଳକ ବାର୍ତ୍ତା ହୃଦୟକୁ ସୁସ୍ଥ ରଖିବା ଓ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା । ବିଜ୍ଞାନ ଶିକ୍ଷକ ନିପେନ୍ଦ୍ର ବାଗ ସୁସ୍ଥ ହୃଦୟ ବଜାୟ ରଖିବାରେ ଆମର କାର୍ଯ୍ୟଶୈଳୀ ସମ୍ପର୍କରେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ରୀ ସସ୍ମିତା ସାହୁ ଓ ସୁଚିସ୍ମିତା କୁମାର କାର୍ଯ୍ୟକ୍ରମଟି ସଫଳତାର ସଂଯୋଜନା କରିଥିଲେ ଏବଂ ହିନ୍ଦୀ ଶିକ୍ଷକ କହ୍ନେଇଲାଲ ସାହୁ ଧନ୍ୟବାଦ ଅର୍ପଣ କରି ଅଧିବେଶନର ପରିସମାପ୍ତି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.