ଜିଲ୍ଲା ସ୍ତରୀୟ ୱାନ୍‌ ଷ୍ଟପ୍‌ ସେଣ୍ଟର (ସଖୀ) କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ବରଗଡ଼ : ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ୱାନ୍‌ ଷ୍ଟପ୍‌ ସେଣ୍ଟର (ଓଏସ୍‌ସି / ସଖୀ) କାର୍ଯ୍ୟ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଏସ୍‌ସିର କର୍ମକର୍ତ୍ତାମାନେ ଓଏସ୍‌ସି କିଭଳି ନିର୍ଯାତିତା ମହିଳାମାନଙ୍କ ସହାୟତା କରେ, ସେ ସଂପର୍କରେ ବର୍ଣ୍ଣନା କରିଥିଲେ । ବୈଠକରେ ବରଗଡ଼ ସିଡ଼ିଏମ୍‌ଓ ଶ୍ରୀମତୀ ନଳିନୀ ବଳବନ୍ତରାୟ, ବରଗଡ଼ ଡିଏସ୍‌ଡବ୍ଲ୍ୟୁ ଶ୍ରୀମତୀ ଚନ୍ଦ୍ର ସାହୁ, ଏସ୍‌ଆଇ ଶ୍ରୀମତୀ ମେନକା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ଯାତିତ ମହିଳାମାନଙ୍କ ସହାୟତା ଦିଗରେ ସମସ୍ତେ ମନ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓଏସ୍‌ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆବଶ୍ୟକ ହେଲେ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.