jsm

ଭାରତୀୟ ଜନତା ପାର୍ଟି ତରଫରୁ ସମୀକ୍ଷା ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଆମ୍ବତୋଟାଠାରେ ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂଦେଓଙ୍କ ନୂତନ ନୋମିନି ପ୍ରବୀଣ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ମହରାପଦର ଆମ୍ବତୋଟାଠାରେ ଏକ ଜରୁରୀ ବୈଠକ ହୋଇଥିଲା । ଏଥିରେ ଖପ୍ରାଖୋଲ ବ୍ଲକ ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତା ଅଂଶଗ୍ରହଣ କରି ଆଗାମୀ ଦିନରେ ଦଳକୁ କିପରି ସଂଗଠନ କରିହେବ ତା’ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ନୂତନ ପଞ୍ଚାୟତ ସଂଗଠନ ଏବଂ ମହିଳା ମୋର୍ଚ୍ଚା ଗଠନ ହୋଇ ସଂଗଠନ ମଜଭୁତ ହେବ ତା’ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ବିପ୍ର ବିଶି, ରୋହିତ ମେହେର, ମଧୁସୁଦନ ବରିହା, ଉପେନ୍ଦ୍ର ଭୋଇ, ଶିବ ସୁନା ଅନେକ ସାଙ୍ଗଠାନିକ ତଥ୍ୟ ଉପରେ ଆଲୋଚନା କରିଥିଲେ ।

yuvodaya
Leave A Reply

Your email address will not be published.