ବିଧାୟକଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ୟୁଡ଼ିଏସପୁର ପଂଚାୟତ ଗସ୍ତ କରି ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହି ପଞ୍ଚାୟତର ଖଟିଆ ରାମଚନ୍ଦ୍ରପୁର ଗ୍ରାମଠାରେ ୫ଟି ଜରିଆରେ ନିର୍ମାଣ ହେଉଥିବା ସ୍କୁଲ ରୂପାନ୍ତରିତ କାର୍ଯ୍ୟ ବୁଲି ଦେଖିଥିଲେ । ଏଥିସହ ନନ୍ଦନାପଲି ଗ୍ରାମର ବିଭିନ୍ନ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ କିପରି ଚାଲିଛି ବିଧାୟକ ଶ୍ରୀ ବେହେରା ପଚାରି ବୁଝିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ବିଭିନ୍ନ ଗ୍ରାମର ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ଅଧ୍ୟକ୍ଷ ସୁରଥ ପାହାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ କୁମାର ଗୌଡ଼, ସରପଞ୍ଚ ପ୍ରତିନିଧି ଶ୍ରୀକାନ୍ତ ତ୍ରିପାଠୀ, ସମିତି ସଭ୍ୟା ପ୍ରତିନିଧି ସନ୍ତୋଷ ରେଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fourteen + 10 =