pakka

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡାକୁ ଦିନିକିଆ ଗସ୍ତରେ ଆସିଛନ୍ତି ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏଠାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଥିଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସର୍ବ ପ୍ରଥମେ ମହିଳା ଏସ୍‌ଏଚ୍‌ଜି ଗୃପର ସଦସ୍ୟାଙ୍କ ସହ ସାକ୍ଷାତ କରି ତାଙ୍କ ସମସ୍ୟା ବୁଝିଥିଲେ । ଏହାସହ ଏସ୍‌ଏଚ୍‌ଜି ଦ୍ୱାରା ପରିଚାଳିତ କେଫେ ହାଉସ ପରିଦର୍ଶନ କରିଛନ୍ତି । ପରେ କୋମନା ବ୍ଲକର ପଏର ଗ୍ରାମ ପଞ୍ଚାୟତର ନବନିର୍ମିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ସେହିଭଳି କୋମନା ବ୍ଲକ ନୂଆଗାଁ, ପଲସିପାଣିଠାରେ ନବନିର୍ମିତ ମିଶନ ଶକ୍ତିର ଶୁଭ ଉଦ୍‌ଘାଟନ କରିଛନ୍ତି । ପରେ ଜିଲ୍ଲା ସଦ୍‌ଭାବନା ଗୃହରେ ନୂଆପଡା ଜିଲ୍ଲାପାଳଙ୍କ ସମେତ ସିଡିପିଓ, ଡିଏସ୍‌ଡବ୍ଲୁଝଡ ତଥା ମିଶନ ଶକ୍ତିର କର୍ମକର୍ତ୍ତାଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ମନ୍ତ୍ରୀଙ୍କ ଗସ୍ତ କାଳରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମଧ୍ୟ ଉପସ୍ଥିତ ଥିଲେ । ଏନେଇ ମନ୍ତ୍ରୀ କହିଛନ୍ତି ଯେ, ‘‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁ ଜିଲ୍ଲାକୁ ପରିଦର୍ଶନ କରୁଛୁ । ଜିଲ୍ଲା ହେଡକ୍ୱାର୍ଟସରେ ପ୍ରଥମେ ସମୀକ୍ଷା ବୈଠକ କରିଥିଲୁ । ଏଥିସହିତ ବିଭିନ୍ନ ଯୋଜନାର ଶିଳାନ୍ୟାସ କରାଯିବ’’ ।

Leave A Reply

Your email address will not be published.

one × 5 =