pakka

ପଦ୍ମପୁର ବ୍ଲକରେ ନିଯୁକ୍ତି ମେଳା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆଜି ଆୟୋଜିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଓଡ଼ିଶା ଜୀବିକା ମିଶନର ବିପିଏମ୍ ସତ୍ୟ କୁମ୍ଭାର ସ୍ୱାଗତ ଭାଷଣ ଦେବାସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବରଗଡ ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ ମନୋଜ କୁମାର ବେହେରା ଡିଡିୟୁ ଜିକେୱାଇ ମାଧ୍ୟମରେ ବେକାରୀ ଦୂରିକରଣ ହୋଇପାରିବ ଓ ସରକାରଙ୍କ ଦକ୍ଷ ଭାରତ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସେହିଭଳି ବିଡ଼ିଓ ସାହୁ ନିଜକୁ ଦକ୍ଷ ଭାବରେ ସୃଷ୍ଟି କରିବା ଓ ସରକାରୀ ଯୋଜନାର ଲାଭ ନେବା କଥା କହିଥିବା ବେଳେ, ଅଧ୍ୟକ୍ଷ ବରିହା ଯୁବକ ଯୁବତୀମାନେ ସମୟର ସଦ୍ ବିନିଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସିନକ୍ରୋସର୍ଭ, ବଳରାମ ପଣ୍ଡା ଟ୍ରଷ୍ଟ, ବିଜ୍ଞାନ ଭାରତୀ ଓ ନିଅମ, ପିଆଇଏ ଯୋଗଦାନ କରି ନିଜ ନିଜ ସଂସ୍ଥାରେ ଦିଆଯାଉଥିବା ତାଲିମ ଉପରେ ଜଣାଇଥିଲେ । ସମୁଦାୟ ୨୦୦ ଜଣ ଯୁବକ ଯୁବତୀ ଏହି ନିଯୁକ୍ତି ମେଳା ପରାମର୍ଶ ଶିବିରରେ ଅଂଶଗ୍ରହଣ କରି ନାମ ପଞ୍ଜିକରଣ କରିଥିଲେ । ବିଏଲସି ଯୋଗେଶ୍ୱରୀ ଧରୁଆ, ଦୀପକ କୁମାର ସାହୁ, ସମସ୍ତ ଏମବିକେ ଓ ଗୋଷ୍ଠୀ ସହାୟିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 + three =