pakka

ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ପାଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ସଚେତନ ସଭାରେ ପ୍ରକୃତି ବଞ୍ଚିଲେ ଆମେ ବଂଚିବା ଓ ଓଜୋନ ସ୍ତରର ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । ପ୍ରତିଯୋଗିତାରେ ୧୨ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଓ ସେଥିରେ ସୌମ୍ୟରଂଜନ ତାଣ୍ଡି ପ୍ରଥମ, ଆଶା ନାଏକ ଦ୍ୱିତୀୟ, ପପୁନ ରଣା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମରେ ଗଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ ଓ ସଭାକୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ।

Leave A Reply

Your email address will not be published.

three × 4 =