pakka

ଜିଲ୍ଲା କ୍ରୀଡା ସଂସଦର ଭଲିବଲ ସଂପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ଦେହାନ୍ତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଭ୍ୟ ଓ ଭଲିବଲ ସଂପାଦକ ତଥା ଅବସରପ୍ରାପ୍ତ ଲୋଇସିଂହା ବ୍ଲକ ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ଆଜି ସକାଳ ଘ.୯.୩୦ମି.ରେ ଟିକ୍ରାପଡା ସ୍ଥିତ ତାଙ୍କ ବାସଭବନ ଠାରେ ଅକାଳ ବିୟୋଗ ଘଟିଯାଇଛି । ଜଣେ କର୍ତ୍ତବ୍ୟନିଷ୍ଠ, ପରୋପକାରୀ, ସତ୍ୟବାଦୀ ଓ ଅତ୍ୟନ୍ତ ଅମାୟିକ ବ୍ୟକ୍ତି ଭାବରେ ସେ ଥିଲେ ବେଶ୍‌ ପରିଚିତ । ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶବାଧାରରେ ଅନେକ ବନ୍ଧୁ, ବାନ୍ଧବ ଉପସ୍ଥିତ ରହି ଶ୍ମଶାନଘାଟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ତାଙ୍କ ପୁତୁରା ଆର୍ଯ୍ୟନ ଓ ଝିଅ ଆଇଚି ଉଭୟେ ମୁଖାଗ୍ନି ଦେଇଥିଲେ । ତାଙ୍କ ମରଶରୀର ନିକଟରେ ତାଙ୍କ ସହଧର୍ମିଣୀଙ୍କ ସମେତ ଅନେକ ସ୍ଥାନୀୟ ମହିଳା, ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + 19 =