pakka

ବିଶ୍ୱ ଓଜୋନ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଅମରାବତୀ ଓ ଜୁନିଅର ରେଡକ୍ରସ୍‌ ଆନୁକୂଲ୍ୟରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ମାର୍ଗଦର୍ଶନ ଓ ବରିଷ୍ଠ ଶିକ୍ଷକ ବିଶ୍ଵନାଥ ମେହେର ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ କାଉନସିଲର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ଓଜୋନ ସ୍ତର ବିନା ଜୀବନ ସମ୍ଭବ ନୁହେଁ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଦାଉରୁ ପୃଥିବୀକୁ ସୁରକ୍ଷା ଦେଇଥାଏ ଓଜୋନ ସ୍ତର । ମଣିଷଙ୍କଠାରୁ ଆରମ୍ଭ କରି, ଜୀବଜନ୍ତୁ, ଗଛଲତା ସମସ୍ତଙ୍କ ପାଇଁ ଖୁବ୍ ହାନୀକାରକ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି । ଓଜୋନ ସ୍ତର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ ଭାବେ ପାଳନ କରାଯାଇଥାଏ ବୋଲି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ମତପ୍ରକାଶ କରିଥିଲେ । ବିଜ୍ଞାନ ଶିକ୍ଷକ ଦୀପକସେନ ଧରୁଆ ଚଳିତବର୍ଷ ବିଶ୍ୱ ଓଜୋନ ଦିବସର ଥିମ୍ ରହିଛି- ‘ମନଟ୍ରିଲ ପ୍ରୋଟୋକଲ୍ @୩୫ : ପୃଥିଲବୀ ପୃଷ୍ଠରେ ଜୀବନ ସୁରକ୍ଷା ପାଇଁ ବୈଶ୍ୱିକ ସହଯୋଗ’ ବିଷୟରେ ଅବଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଓ ପେଣ୍ଟିଙ୍ଗ ପ୍ରତିଯୋଗିତା ହୋଇଥିଲା । ଆଲୋଚନାଚକ୍ରରେ ସୁନୀଲ ରଣା, ଭୋଳାଶଙ୍କର ବଗର୍ତ୍ତି, ତୋଫାନ ରଣା, ଦେବାଶିଷ ରଣା, ରୁପେଶ ରଣା, ହିତେଶ ଭୋଇ, ହର ବାରିକ, ନିବେଦିତା ପ୍ରଧାନ ନିଜ ନିଜ ଅଭିମତ ରଖିଥିଲେ । ପେଣ୍ଟିଙ୍ଗ ପ୍ରତିଯୋଗିତାରେ ସୁବ୍ରତ ସାଗର, ସାନିଆ ବାରିକ, ସୁମତି ବଗର୍ତ୍ତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୌପଦୀ ଭୋଇ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା, ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଲ, ସମୀର ସେଠୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶିକ୍ଷକ ସୁଦର୍ଶନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଶିକ୍ଷାର୍ଥୀ ୟଶ ପାଳ ସିଂ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four + sixteen =