
ରାଉରକେଲାରେ ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ ଅନୁଷ୍ଠିତ : ଡେଙ୍ଗୁ ନିୟନ୍ତ୍ରଣ ଓ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବାର ସମୀକ୍ଷା
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ନଗର ସ୍ୱାସ୍ଥ୍ୟ ସମିତି, ରାଉରକେଲା ଆନୁକୂଲ୍ୟରେ ଏକ “ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ” କମିଶନର ମହାନଗର ନିଗମ ସୁଶ୍ରୀ ଧୀନା ଦସ୍ତାଗୀରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାନଗରର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା: ଡେଙ୍ଗୁ ପ୍ରତିରୋଧ ପ୍ରସ୍ତୁତି ପାଇଁ ଡ୍ରାଏଡେକୁ ଗୁରୁତ୍ୱ ଦିଆଯାଇ ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ପରିଷ୍କାର-ପରିଚ୍ଛନ୍ନତା ପ୍ରକ୍ରିୟା ଜୋରଦାର କରିବା ପାଇଁ ଉପସ୍ଥିତ ଆର୍ଏସ୍ପି, ରେଲୱେ, ଏନ୍ଆଇଟି, ଆର୍ଏମ୍ସି ଶିକ୍ଷା ଅଧିକାରୀଙ୍କୁ ମଶା ଲାର୍ଭା ବିନଷ୍ଟ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ଗୁଡିକ ଉପରେ ବିଭିନ୍ନ ବିଭାଗର ଦାୟିତ୍ୱ ଓ ଗୋଷ୍ଠୀ ସହାଭାଗିତାକୁ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ସୂଚକାଙ୍କ ସମୀକ୍ଷା ସହିତ ସହରାଞ୍ଚଳରେ ଚାଲିଥିବା ବିଭିନ୍ନ ସ୍ୱାସ୍ଥ୍ୟ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଏଚ୍ପିଭି ଟୀକାକରଣ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ସୂଚକାଙ୍କର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଶ୍ରୀମନ୍ତ ପଟ୍ଟନାୟକ, ସହ ଅଧକ୍ଷ ରାଉରକେଲା ସରକାରୀ ଚିକତ୍ସାଳୟ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଟିବି ଓ କୁଷ୍ଠ, ନଗର ସ୍ୱାସ୍ଥ୍ୟ ଅଧିକାରୀ, ସମସ୍ତ ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ, ରାଜ୍ୟ ଓ ଜିଲ୍ଲା ପ୍ରବନ୍ଧକ ଓ ପରାମର୍ଶଦାତା ଏବଂ ସଂପୃକ୍ତ ବିଭାଗୀୟ ପ୍ରତିନିଧିମାନେ ଉପସ୍ଥିତ ରହି ସହରବାସୀଙ୍କର ବିଭନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ ।