csstore

ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ସମ୍ମେଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ହାଇସ୍କୁଲ ୧୯୭୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବାର୍ଷିକ ସମ୍ମେଳନ ସ୍ଥାନୀୟ ରୁଗୁଡ଼ିଖାଲ ମାନସ ବିହାର ସ୍ଥିତ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପୂର୍ବକ ଛାତ୍ର ଜୀବନର ସ୍ମୃତି ଚାରଣ କରାଯାଇଥିଲା । ପୁରାତନ ସହପାଠୀ ଚୂଡାମଣି ବିଶ୍ଵାଳ, ଗୋପାଳ ସା, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ରାମ ମନ୍ଦିର ପରିସରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ । ନାଥୁଲାଲ ପଧାନ, ଦୁର୍ବାସା ସାହୁ, କାର୍ତ୍ତିକ ମେହେର, ବଦ୍ରି ପନସାରି, ଅର୍ଜୁନ ତ୍ରିପାଠୀ, ଜୟବିହାରୀ ସାହୁ, ଗୀତାଞ୍ଜଳି ମିଶ୍ର, ରତ୍ନମଣି ବହିଦାର, ପ୍ରୀତି ରାଏ, ଶିବ କହ୍ନେର, ବୀର କିଶୋର ସାହୁ, ରାମଜୀ ବିଶ୍ଵାଳ, କଷ୍ଟ ରଣା, ଭାଗବତ ସାହୁ, ଗୋକୁଳ ଭୁଏ ପ୍ରମୁଖ ଛାତ୍ର ତଥା କର୍ମମୟ ଜୀବନର ସ୍ମୃତି ଚାରଣ କରି ମଉଜ ମଜଲିସ କରିଥିଲେ । ଏହି ଅବସରରେ ସମସ୍ତ ସହପାଠୀ ଗାଇଖାଇ ସ୍ଥିତ ଇକୋ ଟୁରିଜମ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସାନଟିକା ସ୍ଥିତ ବିମଳେଶ୍ଵର ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ଦର୍ଶନ କରି ସମସ୍ତଙ୍କ ସୁସ୍ଥ ତଥା ନିରାମୟ ଜୀବନ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରିଶେଷରେ ନାଥୁଲାଲ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.