pakka

ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ବ୍ଲକ ସିଲଦା ସ୍ଥିତ ଏକ ଫାର୍ମ ହାଉସରେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର କୋଷାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଆଗାମୀ ନିର୍ବାଚନ ଲଢେଇରେ କଂଗ୍ରେସର ଆଭିମୁଖ୍ୟ କଣ ରହିବ ସ୍ପଷ୍ଟୀକରଣ କରିଥିଲେ । ଯଦି କଂଗ୍ରେସ ସରକାର ଆସେ ତେବେ କ୍ୱିଣ୍ଟାଲ ପିଛା ଧାନର ବିକ୍ରି ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି, ଚାଷୀ ଭତ୍ତା ମାସିକ ୨୦୦୦ ଟଙ୍କା ପ୍ରଦାନ, ଆଦିବାସୀ ହରିଜନ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ, ବିଧବା ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ଟଙ୍କା ପ୍ରଦାନ ଭଳି ୧୦ଟି ଗ୍ୟାରେଣ୍ଟି ଯୋଜନା ଲାଗୁ କରିବ ବୋଲି ଶ୍ରୀ ସାଲୁଜା କହିଛନ୍ତି । ଯାହା ରାଜ୍ୟରେ ବିଜେଡି ସରକାର ବିଗତ ୨୫ ବର୍ଷର ଶାସନ କାଳରେ ନ କରି ପାରିଛି ତାହା କଂଗ୍ରେସ ସରକାରରେ ଆସିଲେ ୫ ବର୍ଷରେ କରିକି ଦେଖାଇ ଦେବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ସାଧାରଣ ସମ୍ପାଦକ ଦେବଦତ୍ତ ଦୀକ୍ଷିତ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen + twenty =