pr

ଆଶୁକବି ହେମନ୍ତ ଦାଶଙ୍କୁ ସୃଜନିକା ନୟାଗଡ଼ ତରଫରୁ କବି ଶିରୋମଣି ସାରସ୍ଵତ ସମ୍ମାନ ପ୍ରଦାନ

dr. purohit

ତୁଷୁରା, (କେପିଏନ୍‌ଏସ୍‌) : ସୃଜନିକା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ନୟାଗଡ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟାଲୋଚନା, କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଫାଲ୍‌ଗୁନ ପୂର୍ଣ୍ଣିମା ଅବସରରେ ମାର୍ଚ୍ଚ ୨୫ ତାରିଖ ପୂର୍ବାହ୍ନରେ ନୟାଗଡ଼ କେ.ସି. କ୍ଲବ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରାର ଆଶୁକବି ହେମନ୍ତ ଦାଶଙ୍କୁ ସୃଜନିକା ଅନୁଷ୍ଠାନ ତରଫରୁ କବି ଶିରୋମଣି ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ତଥା ନୟାଗଡ଼ ବିଧାୟକ ଡ଼କ୍ଟର ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାହିତ୍ୟାୟନ, ଭୁବନେଶ୍ୱରର ସଭାପତି ଜୟକୃଷ୍ଣ ତ୍ରିପାଠୀ, ଦେଖାଯାଉ ଭୁବନେଶ୍ଵରର ସଂପାଦକ ପ୍ରବୀର ମହାନ୍ତି ତଥା ସୃଜନିକାର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପସଭାପତି ନିଳୀମା ନନ୍ଦ ଓ ସଂପାଦକ ଡ଼. ନିର୍ମଳ ଚନ୍ଦ୍ର ସୁରଦେଓଙ୍କ ଉପସ୍ଥିତିରେ ଶ୍ରୀ ଦାଶଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏ ଖବର ପ୍ରସାରିତ ହେବାପରେ ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ଶ୍ରୀ ଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଏବଂ ସମ୍ବାଦ ସାହିତ୍ୟ ଘର ଗୁଡଭେଲା, ଦେଓଗାଁ ଓ ସଇଁତଳାର କବି, କବୟିତ୍ରୀ, ଶୁଭେଚ୍ଛୁମାନେ ଶ୍ରୀ ଦାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.