pakka

ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଦୋଳ ଉତ୍ସବ ଅବସରରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଦୋଳ ଉତ୍ସବ ଅବସରରେ ଆଜି ପୂର୍ବାହ୍ନରେ ପ୍ରତିବର୍ଷ ଭଳି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ ହୋଇଯାଇଛି । ସଭାପତି ସନ୍ଦୀପ କୁମାର ବାଗଙ୍କ ନେତୃତ୍ୱରେ ବଲାଙ୍ଗିର ଯାଦବ ଭବନଠାରୁ ଏହି ଶୋଭାଯାତ୍ରା ବାହାରି ବଲାଙ୍ଗିର ସହର ପରିକ୍ରମା କରିଥିବା ବେଳେ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଛି । ସହର ପରିକ୍ରମା ପରେ ଶୋଭାଯାତ୍ରା ପୁଣି ଯାଦବ ଭବନରେ ପହଂଚିଥିଲା । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ବିଧାୟକ ନରସିଂହ ମିଶ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତଥା ଯାଦବ ଭାଇଭଉଣୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ସମସ୍ତ ବଲାଙ୍ଗିରବାସୀଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

twenty − sixteen =