csstore

ବେସରକାରୀ କଲେଜ ଶିକ୍ଷକ ସଂଘର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୪ରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ ଆସନ୍ତା ଫେବୃୟାରୀ ୧୪ ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦.୩୦ ଘ.ରେ ଜିଲ୍ଲାର ମେଲଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟରେ ହେବା ପାଇଁ ସ୍ଥିରୀକୃତ ହୋଇଅଛି । ଏହି ସମ୍ମିଳନୀରେ ସମସ୍ତ ବର୍ଗର ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଓ ଏହାର ସମାଧାନ ପାଇଁ ବିଚାର ବିମର୍ଶ କରାଯିବ । ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପକ ଅଶ୍ଵିନୀ ସୂପକାର ଓ ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ପ୍ରଣୟାନନ୍ଦ ତ୍ରିପାଠୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଜିଲ୍ଲାର ସମସ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ବହୁ ସଂଖ୍ୟାରେ ଯୋଗଦେବାକୁ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ ତଥା ମେଲଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ନିବେଦନ କରିଛନ୍ତି ।

jayashree
Leave A Reply

Your email address will not be published.