csstore

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀଙ୍କ ଅଭିଭାବିକା (ମାଆ) ମାନଙ୍କ ସାମୂହିକ ମାତୃ ସମ୍ମିଳନୀ କୁସୁନାପାଲି ସ୍ଥିତ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଡ଼ଃ ବାଞ୍ଛାନିଧି ପଣ୍ଡା (ଶିକ୍ଷା ବିକାଶ ସମିତି ଓଡିଶା ବିଦ୍ୱତ୍ ପରିଷଦ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରି ଶିଶୁର ସର୍ବାଙ୍ଗୀନ ବିକାଶରେ ମାଆମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । କଲ୍ୟାଣୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାପତି ପୃଥ୍ୱୀରାଜ ସାହୁ ମଞ୍ଚାସୀନ ଥିବା ବେଳେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମାଆମାନଙ୍କ ମଧ୍ୟରେ ଏକ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମତୀ ମମତା ସାହୁ, ଲକ୍ଷ୍ମୀ ପଟେଲ, ଇଲାବତୀ ସାହା, ସିଦ୍ଧେଶ୍ୱରୀ ସାହା ବିଜୟୀ ହୋଇଥିଲେ । ପୁନଶ୍ଚ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଦୃଷ୍ଟିରୁ ମାତୃ ମଣ୍ଡଳୀ ଗଠନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୨୩୮ ଜଣ ମାଆ ମାନେ ଯୋଗଦେଇ ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.