csstore

ଗଣ୍ଡାବାହାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ଣ ୩ ଘଟିକାରେ ଚଳିତ ଶିକ୍ଷା ବର୍ଷ ୨୨-୨୩ର ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମାତା ପିତା ଉପସ୍ଥିତ ରହିଥିବା ବେଳେ କେମିତି ନିଜ ପୁଅ ଝିଅର ଯତ୍ନ ନେବେ ଘରେ କୋଉ ଭଳି ଭାବେ ପୁଅ ଝିଅଙ୍କୁ ଶିକ୍ଷା ଦେବେ ନିୟମିତ ଭାବରେ ଯେମିତି ବିଦ୍ୟାଳୟକୁ ଆସିବେ ସେହି ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ପଶ୍ଚିମ ସମ୍ଭାଗର ସମ୍ପାଦକ ଗୟାଧର ମହାନ୍ତି । ସିନାପାଲି ସଂକୁଳ ତୁଳସୀ ରାମ ମେହେର, ନୂଆପଡ଼ା ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର, ସିନାପାଲି ମଣ୍ଡଳ ବିଜେପି ସଭାପତି ପ୍ରତାପ ମେହେର, ସଭାପତି ଦିବାକର ଖମାରି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମେହେର ପ୍ରମୁଖ ମଞ୍ଚାସୀନ ରହିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁନିଲ କୁମାର ପୁରୋହିତ ମଞ୍ଚ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ତନୟା ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ କଲ୍ୟାଣ ମନ୍ତ୍ର ପୂର୍ବକ ତଥା ବିଦ୍ୟାଳୟର ସଭାପତି ସମ୍ମିଳନୀ ଭଙ୍ଗ କରିବା ପାଇଁ ଘୋଷଣା କରିଥିଲେ । ବିଭିନ୍ନ ଦାୟିତ୍ୱରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ ଉକ୍ତ ବୈଠକଟି ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.