csstore

କୁଲିଙ୍ଗାମାଲ ସେବାଶ୍ରମର ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜ୍ୟୋତିଚରଣ ନାଗଙ୍କ ସଭାପତିତ୍ୱରେ ‌ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ମାଝୀ, ସମାଜସେବୀ ସୁଦର୍ଶନ ତାଣ୍ତି, ସହକାରୀ ଶିକ୍ଷକ ରଥି ମେହେର, ସଂଧ୍ୟାରାଣୀ ଆଡବଙ୍ଗ, ଡିସମ୍ଵର ମେହେର ଉପସ୍ଥିତ ଥିଲେ । ଆଜିର‌ ଶିଶୁ ଆସନ୍ତାକାଲିର ନାଗରିକ ତଥା ଦେଶ ଭବିଷ୍ୟତ ଅଟନ୍ତି ତେଣୁ ଏହି ଦିବସ ଉପଲକ୍ଷେ ପିଲାମାନଙ୍କୁ ନେଇ ସମ୍ବିଧାନର ଶପଥ ପାଠ କରାଯାଇଥିଲା ‌। ପିଲାମାନଙ୍କୁ ନେଇ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ବକୃତା, ଗୀତ ଆଦି କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ ହୋଇଥିଲା । ଦେଶକୁ ସଶକ୍ତ ଓ ବିକାଶଶୀଳ, ସମୃଦ୍ଧ କରିବାକୁ ହେଲେ ଆମେ ସମ୍ବିଧାନର କିପରି ଅନୁପାଳନ କରିବା ଓ ଜଣେ ଆଦର୍ଶ ଛାତ୍ର ଭାବରେ ଆମ ଦେଶ ପାଇଁ କେଉଁ କର୍ତ୍ତବ୍ୟ ରହିଅଛି ସେ ସଂପର୍କରେ ପ୍ରଧାନ ସେବକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ବିଦ୍ୟାଳୟ କନିଷ୍ଠ ଶିକ୍ଷକ ଡିସମ୍ଵର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।

jayashree
Leave A Reply

Your email address will not be published.