csstore

ବିଶ୍ୱ ରକ୍ତଦାତା ଦିବସରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ୱର ଆନୁକୂଲ୍ୟରେ ରେଡକ୍ରସ ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ରକ୍ତ ନାୟକ ସମ୍ମାନ ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ଶାଖାର ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସମେତ ଡାକ୍ତର ଦେବୀ ପ୍ରସାଦ ରଥ, ଡାକ୍ତର ପି.କେ. ମହାରଣା, ଡାକ୍ତର ନୀଳକଣ୍ଠ ମିଶ୍ର, ରାଜ୍ୟ ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ, ପୋଲିସ କମିଶନର ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ମହତ ଦାନ ବୋଲି ମତ ଦେଇଥିଲେ । ପ୍ରକାଶ ଥାଉକି ଶ୍ରୀ ଦାଶ କରୋନା ସମୟରେ ରୋଗୀମାନଙ୍କ ସେବା ସହିତ ରକ୍ତ ଯୋଗେଇବା ଓ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଭୋକିଲା ଲୋକଙ୍କୁ ଖାଦ୍ୟ, ମାସ୍କ, ସେନିଟାଇଜର ବଣ୍ଟନ କରିବା ସହିତ ସଚେତନତା ସଭା ଆୟୋଜନ କରି ବେଶ ଲୋକପ୍ରିୟ ହୋଇଥିଲେ । ଏଭଳି କାମ ପାଇଁ ଶ୍ରୀ ଦାଶ ନିଫା ଠାରୁ ରକ୍ତ ନାୟକ, ଲାଇଫ ସେଭର ଏଓ୍ୱାର୍ଡ ପାଇଛନ୍ତି ।

jayashree
Leave A Reply

Your email address will not be published.