ଅତିବଡି ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତାଙ୍କୁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନି ଶହରୁ ଅଧିକ ପୁସ୍ତକର ସର୍ଜନାର ସାମର୍ଥ୍ୟ ବହନ କରିଥିବା ପ୍ରଖ୍ୟାତ ସାରସ୍ୱତ ସାଧକ, ଅନୁବାଦକ, କବି, ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦ୍‌ଗାତାଙ୍କୁ ମିଳିଛି ଅତିବଡି ଜଗନ୍ନାଥ ଦାସ ସମ୍ମାନ । ଓଡିଶା ସାହିତ୍ୟ ଏକାଡେମୀର ଏକ ସ୍ୱତନ୍ତ୍ର ସମାରୋହରେ ଭୁବନେଶ୍ୱରଠାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାରରେ ତାଙ୍କୁ ପ୍ରଦାନ କରାଯାଇଛି ତାମ୍ରଫଳକ, ଅଙ୍ଗବସ୍ତ୍ର ଓ ପାଞ୍ଚ ଲକ୍ଷ ଟଙ୍କାର ଚେକ୍ । ତାଙ୍କର ଏହି ବିରଳ ସମ୍ମାନ ପ୍ରାପ୍ତିରେ ବଲାଙ୍ଗିରର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି । ଆଜି ସକାଳେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଡକ୍ଟର ଉଦ୍‌ଗାତାଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ତାଙ୍କର ଜୀବନ ସାରା ସଂଗୃହିତ ଓ ସୁରକ୍ଷିତ ପୁସ୍ତକ ସବୁକୁ ନେଇ ଏକ ଗବେଷଣା କେନ୍ଦ୍ର ଓ ପାଠାଗାର କରିବାକୁ ତାଙ୍କର ନିଜର ଭୂମିରେ ଏକ କୋଠା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା କେମିତି ମିଳିପାରିବ ସେ ଦିଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସମ୍ବର୍ଦ୍ଧନା ସମୟରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 − 9 =