ସଚେତନ ହେମା ଦ୍ୱାରା ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଆନୁଷ୍ଠାନ ଦ୍ୱାରା ଆୟୋଜିତ ଓ ସଂଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ସହଯୋଗରେ ସାତ ଦିବସୀୟ ଶିଶୁ ନାଟ୍ୟ କର୍ମଶାଳାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଶୁଭ ଅବସରରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ରାଜବୋଡାସମ୍ବର ବ୍ଲକର କଳା ସଂସ୍କୃତି ସଂଘର ଉପସଭାପତି ଅଶ୍ୱିନୀ ପଟେଲ ମୁଖ୍ୟ ଅତିଥି, ରାଜେଶ ବହିଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ନାଟ୍ୟ କର୍ମଶାଳାରେ ନାଟ୍ୟକାର ରାଜକୁମାର ସାହୁ ଓ ଦୟାସାଗର ଧରୁଆ ସାଧନା କର୍ମୀ ରୂପେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଗୁରୁ କେଶରଞ୍ଜନ ପ୍ରଧାନ ଓ ଗୁରୁ ଅଶୋକ ବହିଦାର ଉପଦେଷ୍ଟା ଅଛନ୍ତି । ଚାଲିଶରୁ ଅଧିକ ସଂଖ୍ୟକ ଶିଶୁ ଯୋଗ ଦେଇଥିବା ବେଳେ ପିଲାମାନେ ନାଟ୍ୟକଳା, ନୃତ୍ୟ, ଗୀତ ଯୋଗ ଆଦି ବିଷୟରେ ଖେଳ ଖେଳ ମାଧ୍ୟମରେ ଶିକ୍ଷା ନେବେ । ଆଗକୁ ଜିଲ୍ଲା ସଂସ୍କୃତି ଅଧିକାରୀ, ବରଗଡ଼, ରମେଶ ଗୁର୍ଲ୍ଲା, ସୁରେନ୍ଦ୍ର ସାହୁ, ଲାଦୁ ମହାନନ୍ଦ ଆଦି ଆସି ଶିଶୁମାନଙ୍କୁ ସଂଗୀତର ଧାରଣା ଦେବେ ବୋଲି କହିଛନ୍ତି ଅନୁଷ୍ଠାନ ମୁଖ୍ୟ ରାଜକୁମାର ସାହୁ । ଏହି କାର୍ଯ୍ୟକ୍ରମରେ ଘନଶ୍ୟାମ ସାହୁ, ଘନଶ୍ୟାମ ଭୋଇ, କୁଳମଣି ପଶାୟତ, ହେମନ୍ତ ମହାକୁର, ଗିରିଶ ସାହୁ, ମହେନ୍ଦ୍ର ସାହୁ ସୁଧୀର ସାବତ ଜୟନ୍ତ ସାହୁ, ବାବୁଲୁ ସାହୁ, ରସିକ ବରିହା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

ten + 4 =