jayashree

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ନାଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ । ନୂତନ ପ୍ରଧାନ ଶିକ୍ଷକ ବୁଲୁ ମଲ୍ଲିକ, ରେଣୁଧର ସାହୁ, ସ୍କୁଲ ପରିଚାଳନା କମିଟିର ସଭାପତି ଗଙ୍ଗାଧର ପଟେଲ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ସଞ୍ଜୀବ କୁମାର ବେହେରା, ସରପଞ୍ଚ ଶ୍ରୀମତୀ ଡଲି ବେହେରା ଓ ନୋଡାଲ ଉ. ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସ୍କୁଲର ପୂର୍ବତନ ଶିକ୍ଷକ ଟିକେଲାଲ ସାହୁ, ସୁଦ୍ୟୁମ୍ନ ଆର୍ଯ୍ୟ, ଶ୍ରୀମତୀ ନନ୍ଦିନୀ ମିଶ୍ର, ସୁରେନ୍ଦ୍ର ସାହୁ, ମୁକୁନ୍ଦ ପଟେଲ ଓ ଗ୍ରାମ୍ୟ କମିଟିର ସଭାପତି ବିଶିକେଶନ ଗହୀର, ପରମେଶ୍ୱର ସାହୁ, ପୂର୍ବତନ ପରିଚାଳନା କମିଟି ସଭାପତି ଭୁମନ୍ୟୁ ସାହୁ, ଅଭିମନ୍ୟୁ ସାହୁ, ପ୍ରତାପ ସାହୁ, ବଳରାମ ସାହୁ, ହେମଚନ୍ଦ୍ର ଭୋଇ, ଶ୍ୱେତ କୁମାର ପଟେଲ, ମନୋହର ବେହେରା, ସ୍କୁଲର ଅତିଥି ଶିକ୍ଷକ ଅକ୍ଷୟ କୁମାର ବେହେରା, ନିରଞ୍ଜନ ସାହୁ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଗଣେଶ ଓ ମା’ ବାଗଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରାଯାଇଥିଲା । ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସମସ୍ତ ଅତିଥି ବିଦାୟୀ ଶିକ୍ଷକଙ୍କ ବିଷୟରେ ବିଶଦ ଭାବରେ ତାଙ୍କର ଗୁଣଗାନ କରିଥିଲେ । ସ୍କୁଲ ପ୍ରତି ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରାଯାଇଥିଲା । ବିଭିନ୍ନ ସଂଗଠନ, ସ୍କୁଲ କମିଟି ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଜତୀନ୍ଦ୍ର ଦୀପ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ଚଞ୍ଚଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ନାଥ ସ୍ମୃତି ସ୍ମାରକୀ ରୂପେ ଏକ ଫଳ ବୃକ୍ଷ ରୋପଣ କରିଥିଲେ । ପରିଶେଷରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ତଥା ପରିଚାଳନା କମିଟିର ସଦସ୍ୟମାନେ ତାଙ୍କୁ ଘର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଜୟଲାଲ ଗୁରୁ, ସୁରେଶ ପଟେଲ, ରାମେଶ୍ୱର ସାହୁ, ଟିକେଲାଲ ପଟେଲ, ପୂଜା ଭୋଇ, ଦୀପା କାଲୁ ଓ ମା’ ମଙ୍ଗଳା ଏସ୍ଏଚ୍‌ଜି ଗ୍ରୁପର ସମସ୍ତ ସଭ୍ୟା ପ୍ରତ୍ୟକ୍ଷ ସହଯୋଗ କରିଥିଲେ ।

Leave A Reply

Your email address will not be published.