
ବିକଶିତ ଓଡ଼ିଶାର ସ୍ୱପ୍ନ ଶିଶୁଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଉତ୍ତମ ଭବିଷ୍ୟତ ଗଠନ
- ଛତ୍ରପୁରରେ ଶିଶୁ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଅଧ୍ୟକ୍ଷା ବବିତା ପାତ୍ର ଶିଶୁ ଶ୍ରମ, ବାଲ୍ୟବିବାହ ରୋକିବାକୁ କହିଥିଲେ ।
- ଚାଇଲ୍ଡ ରାଇଟ୍ସ୍ କମିଶନ୍ ଶିଶୁଙ୍କ ବିକାଶ ହିଁ ବିକଶିତ ଓଡ଼ିଶାର ସୂତ୍ର : ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା
ଛତ୍ରପୁର, (କେପିଏନ୍ଏସ୍) : ବିକଶିତ ଓଡ଼ିଶାର ସ୍ୱପ୍ନ ଶିଶୁଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଉତ୍ତମ ଭବିଷ୍ୟତ ଗଠନରେ ସନ୍ନିହିତ ବୋଲି ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୁକ୍ତ ଅଧ୍ୟକ୍ଷା ବବିତା ପାତ୍ର କହିଛନ୍ତି । ଚାଇଲ୍ଡ ରାଇଟ୍ସ୍ କମିଶନ୍ ରିଭଲକଣା ରାଗିଙ୍ଗ ଘଟଣାର ଯାଞ୍ଚ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅରୁଣା, ପରିବାର ପ୍ଲସ୍ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପାତ୍ର, ପ୍ରଥମେ ଚାଇଲ୍ଡ ଫ୍ରେଣ୍ଡଲି ପଞ୍ଚାୟତ ଏବଂ ପରବର୍ତ୍ତୀ ସମୟରେ ଚାଇଲ୍ଡ ଫ୍ରେଣ୍ଡଲି ଜିଲ୍ଲା ଗଠନ ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି । ଅବହେଳିତ ଓ ଆର୍ଥିକ ଦୁର୍ବଳ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ ପାଇଁ ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଶିଶୁମାନଙ୍କ ହାତରେ ବହି ଓ କଲମ ବଦଳରେ ହାତୁଡ଼ି, ବେଲଚା କିମ୍ବା ଇଟା ନ ଆସିବା ପାଇଁ ଶିଶୁ ଶ୍ରମ ରୋକିବା, ଡ୍ରପ୍ଆଉଟ୍ ହ୍ରାସ, ବାଲ୍ୟବିବାହ ନିରୋଧ ଓ ସଚେତନତା ସୃଷ୍ଟି ଉପରେ ସେ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ । ଓଡିଶା ଚାଇଲ୍ଡ ରାଇଟ୍ସ୍ କମିଶନ୍ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ତିନିଦିନିଆ ମୟୂରଭଞ୍ଜ ଗସ୍ତ ସମ୍ମିଳନୀରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଓ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅରୁଣାର ପରାମର୍ଶଦାତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସତ୍ୟରଞ୍ଜନ ସାହୁ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଶିଶୁ ବିଶେଷଜ୍ଞ ପ୍ରଭାତ କୁମାର, ଅରୁଣାର ମେମ୍ବର ସେକ୍ରେଟାରୀ ଲୋକନାଥ ମିଶ୍ର, ସି ଆରଏସ ମୁଖ୍ୟ ଜିମି ଜୋସେଫ ଓ ୟୁଥ ରେଡ଼କ୍ରସ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ପଞ୍ଚାୟତସ୍ତରରେ ଶିଶୁ ଅଧିକାରର ସୁରକ୍ଷା, ଶିଶୁଙ୍କ ଆବଶ୍ୟକତା ଚିହ୍ନଟ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ନେଇ ଆଲୋଚନା କରିଥିଲେ ।