
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଶ୍ରା ବ୍ଲକର ଶାରୀରିକ ଶିକ୍ଷା ଶିକ୍ଷକ ସଂଗଠନର ସମ୍ପାଦକ ଅଜୟ କୁମାର ରାଉତଙ୍କ ଆବାହକତ୍ୱରେ ୨୦୨୬ -୨୭ କ୍ରୀଡାବର୍ଷର ସମସ୍ତ କ୍ରୀଡା ଗୁଡିକ ଯଥା ଜୋନାଲ ଲେବେଲ, ବ୍ଲକ ଲେବେଲ ସୂଚାରୁ ରୂପେ ପରିଚାଳନା ପାଇଁ ଏକ ବୈଠକ ଆହ୍ୱାନ କରିଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥ୍ ସଭାପତିତ୍ୱ କରିଥିଲେ ସୁପ୍ରଭାତ ବେହେରା ବି.ଇ.ଓ ବିଶ୍ରା ବେବାଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ କ୍ରୀଡା – ଜୋନାଲ, ବ୍ଲକ, ଜିଲ୍ଲା, ରାଜ୍ୟ ଜାତୀୟ କ୍ରୀଡା ଗୁଡିକ ବିଶ୍ରା ବ୍ଲକ ପରିଚାଳନା କରିବାକୁ ଯାଉଛି । ତେଣୁ ସମସ୍ତଙ୍କର ସୁପରିଚାଳନା କାର୍ଯ୍ୟ ହିଁ ଆମ ବ୍ଲକ ସ୍ୱର୍ଣ୍ଣିମ କରିବ ବୋଲି ଆଶା ବ୍ୟକ୍ତ କରିବା ସହ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରିଛନ୍ତି । ଆଶିଷ ପ୍ରଧାନ, ବିଦ୍ୟାଧର ସେଠିଙ୍କ ଦ୍ୱାରା ସଭାପରିଚାଳନା କରାଯାଇ ଡେଭିଡ ଭିଡ କେରକେଟା ଧନ୍ୟବାଦ ପ୍ରଦାନ କରିଥିଲେ । ନୂତନ ଭାବରେ ନିଯୁକ୍ତି ହାଇଥିବା ଶାରୀରିକ ଶିକ୍ଷକଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଦେଇ ସ୍ୱାଗତ କରାଗଲା ।

