
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟଠାରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ସଭାରେ ଶିକ୍ଷା ଅଧିକାରୀ ଶ୍ରୀ ପଟେଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ସ୍ୱରୂପ ଉପଢୌକନ, ପୁଷ୍ପଗୁଚ୍ଛ, ପ୍ରଶଂସା ପତ୍ର ଓ ଉପହାର ଦିଆଯାଇଥିଲା । ସେହିପରି ବିର୍ଣ୍ଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନାରିୟଣୀ କୁଅଁର, ହାତୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାରଦା ଠାକୁର, ଡେବରିଆମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈବସୁତ ବାଗଙ୍କୁ ଅବସର କାଗଜପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭାରେ ଏବିଇଓ ଜଗବନ୍ଧୁ ମାଝୀ, ବଡବାବୁ ସାଧୁଚରଣ ପାଣିଗ୍ରାହୀ, ବୁଦ୍ଧଦେବ ବନଛୋର, ରମେଶ ସୁନା, ସୁନୀଲ ସାହୁ, ସିଆରସିସି ଦୀନେଶ ମହାନନ୍ଦ, ଗଜିନ୍ଦ୍ର ହରିଜନ, ଜଗମୋହନ ସେଠୀ ଅଭିଭାଷଣ ଦେଇଥିଲେ । ଏହି ସଭାରେ ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ମୋହନ ବରିହା, କୃତିବାସ ବରିହା, ଗୁରୁପ୍ରସାଦ ଛତ୍ରିଆ, ଅନୁପ କୁମାର ଦାସ, ଗଜୟ ଦାଶ, ଜ୍ୟୋତି ବିକାଶ ବାରିକ, ପ୍ରକାଶ ସେଲମା, ଟିକେଶ୍ୱର ବେହେରା, ସରୋଜ ପୁରୋହିତ, ସଞ୍ଜୟ ଖୁରା, ସୁଶାନ୍ତ ପ୍ରଧାନ, ପ୍ରବୀଣ ନାୟକ, ସୁକାନ୍ତି ମାଝୀ, ସତ୍ୟ ପ୍ରକାଶ ସାହୁ, ମାଧବୀଲତା ସାହୁ, କୁଳମଣି ସାହୁ, ବିକାଶ ବର୍ଗେ, ପ୍ରତାପ ପ୍ରଧାନ, ସୁଧାଂଶୁ ଖମାରୀ, ପ୍ରଦୀପ ପାଣିଗ୍ରାହୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
