
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ପ୍ରାକ୍ଟିସିଙ୍ଗ ବିଦ୍ୟାଳୟ ପରିସରରେ ଉର୍ଦ୍ଦୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁପ୍ରଭା ତ୍ରିପାଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଧାରାଣୀପଡ଼ା କ୍ଲଷ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆର୍ସିସି ଗିରିଶ ରାମ ବେହେରା ଅଧ୍ୟକ୍ଷତା କରିଥିଲେ । ଦୀର୍ଘ ବର୍ଷର ନିଷ୍ଠାପୂର୍ଣ୍ଣ ଶିକ୍ଷାସେବା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ତାଙ୍କର ଅବଦାନକୁ ସ୍ମରଣ କରି ଶ୍ରୀମତୀ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଶିକ୍ଷୟିତ୍ରୀ ସରସ୍ୱତୀ ଷଡ଼ଙ୍ଗୀ, ମୀନା ପ୍ରଧାନ, ସୁଷମା ଡନସେନା, ଯମୁନାବାଳା ମଲ୍ଲିକ, ମମତା ରଥ, ସନ୍ଧ୍ୟାରାଣୀ ସାହୁ, ଲଲିତା ଦାସ, ସଞ୍ଜୁଲତା ମଣ୍ଡଳ ଓ ସୁଜାତା ପଧାନଙ୍କ ସହ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ଶ୍ରୀମତୀ ତ୍ରିପାଠୀଙ୍କ ସୁସ୍ୱାସ୍ଥ୍ୟ, ସୁଖମୟ ଓ ସମୃଦ୍ଧ ଅବସର ଜୀବନ କାମନା କରିବା ସହ ତାଙ୍କର ନିଷ୍ଠା, କର୍ମଦକ୍ଷତା ଓ ଶିକ୍ଷା କ୍ଷେତ୍ରରେ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ କିଶୋର ମିଶ୍ରଙ୍କ ସହ ଶିକ୍ଷୟିତ୍ରୀ ସରସ୍ୱତୀ ଷଡ଼ଙ୍ଗୀ, ମୀନା ପଧାନ, ସୁଷମା ଡନ୍ସେନା, ଯମୁନାବାଳା ମଲ୍ଲିକ, ମମତା ରଥ, ସନ୍ଧ୍ୟାରାଣୀ ସାହୁ, ଲଲିତା ଦାସ, ସଞ୍ଜୁଲତା ମଣ୍ଡଳ, ସୁଜାତା ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।
