jayashree

ଡକ୍ଟରେଟ ଉପାଧି ପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ବିଜୟ କୁମାର କଲେଟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଡ. କଲେଟଙ୍କୁ ଭାରତ ସରକାରଙ୍କ ଦ୍ଵାରା ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଏନେଇ ଆଜି କଲେଜ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କୁଶଙ୍ଗ ଗୌନ୍ତିଆ ବୃନ୍ଦାବନ ପଟେଲଙ୍କ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଡ. କଲେଟଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡ. କଲେଟ୍ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ୨୦୨୬ – ୨୭ ଶିକ୍ଷାବର୍ଷରୁ ଓଡ଼ିଆ ଓ ଇତିହାସ ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବାକୁ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ପଟେଲ, ଲଳିତ କୁମାର ପଟେଲ, ଗୋବିନ୍ଦ ଅଗ୍ରୱାଲ, ଆନନ୍ଦ ପଟେଲ, ସାରଥୀ ପଧାନ, କ୍ଷମା ସାଗର ସାହୁ, ଶ୍ୟାମ ସୁନ୍ଦର ବେହେରା, ଡ. ଲକ୍ଷ୍ମଣ କୁମାର ମେହେର, ବାରିଧି ତନୟା ତ୍ରିପାଠୀ, ଲିସା ରାଣୀ କଠାର, ଚକ୍ର ପାଣି ପଟେଲ, ପଞ୍ଚାନନ ପଟେଲ, ଚକ୍ରଧର ପଟେଲ, ରମାକାନ୍ତ ରାଉତ, ପବିତ୍ର ବାଗ, ଲଳିତ ପଧାନ, ବିପିନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ଷଡାନନ ରାଉତ ମାନପତ୍ର ପାଠ କରିଥିବା ବେଳେ କରୁଣାକର ପଟେଲ ସଭାକୁ ସଂଯୋଜନା କରିଥିଲେ । ବିଜ୍ଞଶ୍ରୀ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.