csstore

ଶିକ୍ଷକ ରାଜେନ୍ଦ୍ର ମହାନ୍ତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ ଚର୍ଚ୍ଚିତ ବ୍ୟକ୍ତିତ୍ଵ ସୁସାହିତ୍ୟିକ, ସୁବକ୍ତା, ସଙ୍ଗଠକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା, ଲେଖକ, କବି ତଥା ସିରଜିନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ସର୍ବୋପରି ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସୁଖ୍ୟାତି ଅର୍ଜନ କରିଥିବା ଶିକ୍ଷକ ରାଜେନ୍ଦ୍ର ମହାନ୍ତିଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଯେହେତୁ ଅକ୍ଟୋବର ୩୧ରେ ଦୀପାବଳି ଛୁଟି ଥିବାରୁ ଆଜି ତାଙ୍କର କର୍ତ୍ତବ୍ୟରତ ସ୍କୁଲ ବ୍ରାହ୍ମଣଡିହି ପ୍ରାଥମିକ ବିଦ୍ୟାଳୟରେ ତାଙ୍କୁ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍କୁଲ କମିଟିର ସଦସ୍ୟ ମାନେ ଗ୍ରାମ୍ୟ ପରିକ୍ରମା ପରେ ତାଙ୍କୁ ତାଙ୍କର ଘର ପର୍ଯ୍ୟନ୍ତ ପାଛୋଡ଼ି ଆଣିଥିଲେ । ତାଙ୍କର ବାସଗୃହ ଠାରେ ଏକ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ସଙ୍ଗୀତ ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁ, ନୃତ୍ୟ ନିର୍ଦ୍ଦେଶକ ରମେଶ ଗୁର୍ଲା, ରାଧାକାନ୍ତ ଲୁହାର ଓ ଅନ୍ତର୍ଯ୍ୟାମୀ ମେହେର, ନସିବ ଗୁର୍ଲା ଓ ଗଜାନନ ନାଗଙ୍କ ସୁଲଳିତ କଣ୍ଠରେ ଗୁରୁବନ୍ଦନା ସହ ଭକ୍ତି ସଙ୍ଗୀତ ଏକ ଭାବାମୟ ପରିବେଶ ସୃଷ୍ଟି କରିଥିଲା । ଏହି ସମାରୋହରେ ଶ୍ରୀ ମହାନ୍ତିଙ୍କର ଅନେକ ଶୁଭେଚ୍ଛୁ ଆସି ତାଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଅବସରକାଳୀନ ଜୀବନ ସୁଖରେ ଅତିବାହିତ ହେଉ ବୋଲି କାମନା କରିଥିଲେ ।

jayashree
Leave A Reply

Your email address will not be published.