csstore

ସ୍କିଲ୍ ଡେଭେଲପ୍‌ମେଣ୍ଟ ଦୀୱାଲି ସେଲିବ୍ରେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଓଡିଶା ସରକାର ଏବଂ ଟିପିଡବ୍ଲୁଓଡିଏଲଙ୍କ ମିଳିତ ଆନୁକୁଲ୍ୟରେ ପ୍ରଥମ ଅର୍ଗାନାଇଜେସନ ପକ୍ଷରୁ ସ୍କିଲ୍ ଡେଭେଲପ୍‌ମେଣ୍ଟ ଦୀୱାଲି ସେଲିବ୍ରେସନ୍ କାର୍ଯ୍ୟକ୍ରମ ପୁଇଁତଲା ବ୍ଲକ ଲୋକାପଡା ଗ୍ରାମ ପଞ୍ଚାୟତ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ, ସେଣ୍ଟର ହେଡ୍ ଜ୍ୟୋତିର୍ମୟ ବାରିକ, ସିନିୟର ଲାଇନମ୍ୟାନ ପବିତ୍ର ଖୁଣ୍ଟିଆ, କମର୍ସ ଜେଇ ମନୋଜ ପାତ୍ର, ରେଗୁଲାର୍ ଲାଇନମ୍ୟାନ ସୁନୀଲ ବାରିକ ଏବଂ ବିଏ ଲାଇନମ୍ୟାନ ରାଜେଶ ଦଣ୍ଡସେନା ମଞ୍ଚାସୀନ ଥିଲେ । ଶ୍ରୀ ଖୁଣ୍ଟିଆ କେମିତି ବେକାର ଯୁବକ ମାନେ କେମିତି ରୋଜଗାରକ୍ଷମ ହୋଇ ନିଜ ଜୀବନକୁ ସଜାଡି ପାରିବେ ଏବଂ ଦି ପଇସା ରୋଜଗାର କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ ଏଥିପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପ୍ରଥମ ଅର୍ଗାନାଇଜେସନ ସୁନ୍ଦର ପଦକ୍ଷେପ ନେଇଛି ବୋଲି ମତବ୍ୟକ୍ତ କରିଥିଲେ । ସେପରି କମର୍ସ ଜେଇ ଏଇ ଅଞ୍ଚଳର ଆର୍ଥିକ ଅଭାବ ଯୋଗୁଁ ପଢି ପାରୁନଥିବା ଯୁବକ, ଯୁବତୀ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଯାଦ୍ୱାରା ଅତି ସହଜରେ ବିନା ଖର୍ଚ୍ଚରେ ସେଇଟା ପୁଣି ୩ ମାସ ଭିତରେ ଚାକିରି ପାଇବା ଏଥିରୁ ବୋଲି ବଡ ସୌଭାଗ୍ୟ କଣ ହୋଇପାରେ ବୋଲି ମତ ରଖିଥିଲେ । ସରପଞ୍ଚ ନିଜ ଗାଁ ପିଲାମାନଙ୍କୁ ଗାଁରେ ନରହି ମୋବାଇଲ ତାସ ଖେଳି ସମୟ ବରବାଦ କରିବା ଅପେକ୍ଷା ଏଇ ଟ୍ରେନିଂ ସାରି ଚାକିରି କରି ଗାଁ ମାଟିର ଟେକ ରଖିବାକୁ ଆହ୍ଵାନ ଦେଇଥିଲେ । ଗ୍ରାମର ସମସ୍ତ ଯୁବକ ଏବଂ ନିଜର ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମ କୁ ପ୍ଲେସମେଣ୍ଟ କୋର୍ଡିନେଟର୍ କିଷାନ କୁମାର ଦାସ ପରିଚାଳନା କରିଥିବା ବେଳେ ଇଲେକ୍ଟ୍ରିକାଲ୍ ଟ୍ରେନର ସତ୍ୟବ୍ରତ ପାତ୍ର, ମେଣ୍ଟର ଜଲନ୍ଧର ପଧାନ ସହଯୋଗ କରିଥିଲେ।

jayashree
Leave A Reply

Your email address will not be published.