shyamal

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର୍ ତାରାପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି । ପ୍ରଫେସର୍ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ଶିକ୍ଷାର ମହତ୍ତ୍ଵ ଓ ଜୀବନର ମୂଲ୍ୟବୋଧ ଉପରେ ଉଦ୍‌ବୋଧନ ଦେଇଥିଲେ । ବିଭାଗ ମୁଖ୍ୟ ଅଧ୍ୟାପିକା ମୋନାଲିସା ସ୍ୱାଇଁ, ଅଧ୍ୟାପକ ଦୟାନିଧି ବଗର୍ତ୍ତୀ, ଅତିଥି ଅଧ୍ୟାପିକା ଟ୍ୱିଙ୍କଲ୍ ପ୍ରଧାନ, ଡେମନ୍‌ଷ୍ଟ୍ରେଟର ଘନଶ୍ୟାମ ପ୍ରଧାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଶେଷ ବର୍ଷ ଏବଂ ଦିତ୍ୱୀୟ ବର୍ଷ ଛାତ୍ରଛାତ୍ରୀ ମଧ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ସ୍ୱାଗତ ସମ୍ୱର୍ଦ୍ଧନା ସହିତ ଉଦ୍ଭିଦ ବିଜ୍ଞାନର ପ୍ରାଚୀର ପତ୍ରିକା ‘ଦି ଫ୍ଲୋରିଅନ୍’ ପ୍ରଫେସର୍ ତ୍ରିପାଠୀଙ୍କ କରକମଳରେ ଉଦ୍‌ଘାଟନ ହୋଇଛି । ଶେଷରେ ଶେଷ ବର୍ଷ ଛାତ୍ର ସାଗର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.